ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ, ଦିନ ୧ଟା ସୁଦ୍ଧା ୩୫.୬୯ ପ୍ରତିଶତ ଭୋଟିଂ

Published By : Prameya-News7 Bureau | May 25, 2024 IST

ଭୁବନେଶ୍ୱର ୨୫।୦୫ : ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ପାଇଁ ଚାଲିଛି ଭୋଟିଂ । ଏହିକ୍ରମରେ ଦିନ ୧ଟା ସୁଦ୍ଧା ୩୫.୬୯ ପ୍ରତିଶତ ମତଦାନ ହୋଇଛି । ତେବେ ଭୁବନେଶ୍ବରରେ ୩୩.୦୧, କଟକରେ ୩୪.୪୦, ଢ଼େଙ୍କାନାଳରେ ୩୬.୦୦, କେନ୍ଦୁଝରରେ ୩୫.୬୩, ପୁରୀରେ ୩୭.୨୬, ସମ୍ବଲପୁରରେ ୩୮.୧୩ ପ୍ରତିଶତ ଭୋଟିଂ ହୋଇଛି ।

ସେହିଭଳି ବିଧାନସଭା ଆସନ ଆନନ୍ଦପୁରରେ ୩୬.୧୭, ଅନୁଗୁଳରେ ୩୧.୭୦, ଆଠଗଡ଼ରେ ୩୪, ଆଠମଲ୍ଲିକରେ ୩୪.୨୫, ବାଙ୍କୀରେ ୩୧.୧୦, ବାରବାଟୀ କଟକରେ ୩୪.୨୦, ବଡ଼ମ୍ବାରେ ୩୩, ବେଗୁନିଆରେ ୩୯.୪୦, ଭୁବନେଶ୍ବର ମଧ୍ୟରେ ୨୩.୧୫, ଭୁବନେଶ୍ବର ଉତ୍ତରରେ ୨୯.୯୦, ବ୍ରହ୍ମଗିରିରେ ୩୯, ଚମ୍ପୁଆରେ ୩୪.୨୩, ଛେଣ୍ଡିପଦାରେ ୩୮, ଚିଲିକାରେ ୩୭.୪୭, ଚୌଦ୍ବାର କଟକରେ ୩୬.୫୦, କଟକ ସଦରରେ ୩୧, ଦେବଗଡ଼ରେ ୪୧, ଢ଼େଙ୍କାନାଳରେ ୩୩.୩୩,  ଏକାମ୍ର ଭୁବନେଶ୍ବରରେ ୨୯, ଘଷିପୁରାରେ ୪୦.୨୦, ହିନ୍ଦୋଳରେ ୩୭.୪୭.୪୩, ଜଟଣୀରେ ୩୦.୨୦, ଜୟଦେବ ଭୁବନେଶ୍ବରରେ ୪୩.୨୦, କାମାକ୍ଷାନଗରରେ ୩୬.୭୨, କରଞ୍ଜିଆରେ ୩୫.୯୧, କେନ୍ଦୁଝରରେ ୩୪.୮୯, ଖଣ୍ଡପଡ଼ାରେ ୪୨.୪୦, ଖୋର୍ଦ୍ଧାରେ ୩୯.୨୩, କୁଚିଣ୍ଡାରେ ୪୫.୭୨, ନୟାଗଡ଼ରେ ୩୬, ପାଲଲହଡ଼ାରେ ୪୩.୭୬, ପରଜଙ୍ଗରେ ୩୫.୨୬, ପାଟଣାରେ ୩୨.୪୩, ପିପିଲିରେ ୪୦, ପୁରୀରେ ୩୪, ରେଢ଼ାଖୋଲରେ ୪୦, ରଣପୁରରେ ୩୫.୩୦, ରେଙ୍ଗାଲିରେ ୩୮.୩୬, ସମ୍ବଲପୁରରେ ୨୮.୫୦, ସତ୍ୟବାଦୀରେ ୩୯, ତାଳଚେରରେ ୩୫, ତେଲକୋଇରେ ୩୫.୩୮ ପ୍ରତିଶତ ହୋଇଛି । 

ସୂଚନାଯୋଗ୍ୟ ଯେ,  ଶନିବାର ଦେଶରେ ଷଷ୍ଠ ପର୍ଯ୍ୟାୟ, ଓଡ଼ିଶାରେ ହେଉଛି ତୃତୀୟ ପର୍ଯ୍ୟାୟ ଭୋଟ। ସକାଳ ୭ଟାରୁ ଚାଲିଛି ଭୋଟ ଗ୍ରହଣ। ଓଡ଼ିଶାର ୬ ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନରେ ହେଉଛି ମତଦାନ। କଡ଼ା ସୁରକ୍ଷା ମଧ୍ୟରେ ମତଦାନ ଜାରି ରହିଛି।

ଶନିବାର ଭୁବନେଶ୍ବର, କଟକ, ପୁରୀ, ଢେଙ୍କାନାଳ, ସମ୍ବଲପୁର ଏବଂ କେନ୍ଦୁଝର ଲୋକସଭା ଆସନରେ ମତଦାନ ହେଉଛି। ଭୁବନେଶ୍ବର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର,ଏକାମ୍ର ଭୁବନେଶ୍ବର, ଜଟଣୀ, ଖୋର୍ଦ୍ଧା, ବେଗୁନିଆ ଆସନରେ ହେଉଛି ଭୋଟ ଗ୍ରହଣ। 

ସେହିପରି କଟକ ଲୋକସଭା ଆସନ ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ ବଡ଼ମ୍ବା, ବାଙ୍କୀ, ଆଠଗଡ଼, କଟକ- ବାରବାଟୀ, କଟକ ଚୌଦ୍ବାର, କଟକ ସଦର, ଖଣ୍ଡପଡ଼ାରେ ହେଉଛି ମତଦାନ। ପୁରୀ ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ପୁରୀ ସଦର, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ଼ରେ ନିଆଯାଉଛି ଭୋଟ। ସେହିପରି ଢେଙ୍କାନାଳ ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୁଳରେ ହେଉଛି ଭୋଟ ଗ୍ରହଣ। 

ଅନ୍ୟପଟେ ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ କୁଚିଣ୍ଡା, ରେଙ୍ଗାଳି, ସମ୍ବଲପୁର, ରେଢାଖୋଲ, ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକରେ ମତଦାନ ଜାର ରହିଛି। ସେହିପରି କେନ୍ଦୁଝର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆରେ ମଧ୍ୟ ହେଉଛି ଭୋଟ ଗ୍ରହଣ। 

 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.