ବଢୁଛି ବାଲିମେଳା ଜଳଭଣ୍ଡାରର ଜଳସ୍ତର, ଗୁରୁପ୍ରିୟା ସେତୁ ପ୍ରତି ବଢିଲା ବିପଦ

Published By : Prameya-News7 Bureau | September 27, 2024 IST

ଚିତ୍ରକୋଣ୍ଡା ୨୭/୦୯: ବଢୁଛି ବାଲିମେଳା ଜଳଭଣ୍ଡାରର ଜଳସ୍ତର । ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୫୧୬ ରହିଥିବା ବେଳେ ବର୍ତମାନ ଜଳଭଣ୍ଡାରର ଜଳସ୍ତର ୧୫୧୪.୨୦ ରହିଛି । ଜଳଭଣ୍ଡାରର ଜଳସ୍ତର ବଢିବା ଫଳରେ ସ୍ୱାଭିମାନ ଅଞ୍ଚଳର ଜାନବାଇ ଠାରେ ଥିବା ଗୁରୁପ୍ରିୟା ସେତୁକୁ ବିପଦ ଦେଖାଦେଇଛି । 

ଗୁରୁପ୍ରିୟା ସେତୁର ଗାର୍ଡରରୁ ମାତ୍ର ଦୁଇ ଫୁଟ ତଳେ ରହିଛି ପାଣି । ଜଳଭଣ୍ଡାରର ଜଳସ୍ତର ଯେଭଳି ଦିନକୁ ଦିନ ବଢି ଚାଲିଛି ଆଉ ମାତ୍ର ଗୋଟିଏ ଦୁଇ ଦିନ ମଧ୍ୟରେ ବ୍ରିଜର ଗାର୍ଡରକୁ ଛୁଇଁବ ପାଣି ବୋଲି ଆଶଙ୍କା କରୁଛନ୍ତି ଲୋକେ। 

ଦିନକୁ ଦିନ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବଢୁ ଥିବାରୁ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣା କ୍ଷମତା ୧୫୧୬ ପର୍ଯ୍ୟନ୍ତ ଜଳ ରଖା ଯିବା ନିମନ୍ତେ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଯଦି ଦିନେ ଦୁଇଦିନ ମଧ୍ୟରେ ଜଳସ୍ତର ୧୫୧୬ ଛୁଁଏ ତେବେ ଗେଟ ଖୋଲାଯିବା ନିମନ୍ତେ ନିଷ୍ପତ୍ତି ନିଆ ଯିବାର ସମ୍ଭାବନା ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.