ଶିମିଳିପାଳ ଉପରମୁଣ୍ଡରେ ବର୍ଷା, ଉଛୁଳିଲା ବାଲିଡ଼ିହା ବନ୍ଧ

Published By : Prameya-News7 Bureau | October 25, 2024 IST

ବାରିପଦା ୨୫।୧୦: ବାତ୍ୟାରେ ଟଳିଲା ପରେ ଏବେ ପ୍ରବଳ ବର୍ଷା ଲାଗି ମୟୂରଭଞ୍ଜକୁ ବନ୍ୟା ଡର । ଗତ ୨୪ ଘଣ୍ଟା ଭିତରେ ଶିମିଳିପାଳ ଅଭୟାରଣ୍ୟର କିଛି ଅଞ୍ଚଳରେ ବର୍ଷା ବଢ଼ିଥିବାରୁ ବୁଢାବଳଙ୍ଗ ଧୀରେ ଧୀରେ ଫୁଲିବାରେ ଲାଗୁଛି । ଗତ ୨୪ ଘଣ୍ଟାରେ ବରେହିପାଣିରେ ସର୍ବାଧିକ ୧୭୪ ମିମି ବର୍ଷା ରେକର୍ଡ ହୋଇଛି । ତେବେ ବୁଢାବଳଙ୍ଗର ବିପଦ ସଂକେତ ଠାରୁ ପ୍ରାୟ ୨ ମିଟର ତଳେ ବର୍ତ୍ତମାନର ଜଳସ୍ତର ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ଷାର ପରିମାଣ ଉପରେ ପ୍ରତ୍ୟେକ ଘଣ୍ଟାରେ ନଜର ରଖାଯାଇଛି ।

You Can Read:

ସବୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର, ବାତ୍ୟା ପାଇଁ ବନ୍ଦ ଥିଲା

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.