ନୀଳ ହଳଦି ସେବନ କରନ୍ତି ପ୍ରିୟଙ୍କା ଗାନ୍ଧି, ଟି-ପାର୍ଟିରେ ପ୍ରଧାନମନ୍ତ୍ରୀ ପଚାରିଥିଲେ ଏହାର ସ୍ୱାସ୍ଥ୍ୟ ଲାଭ

NEWS7
we-have-suggested-to-make-a-young-face-as-pcc-president-said-by-mla-mangu-khila

ନୂଆଦିଲ୍ଲୀ ୨୧।୧୨: ସଂସଦର ଶୀତକାଳୀନ ଅଧିବେଶନ ପରେ ପରମ୍ପରାଗତ ବୈଠକରେ ‘ଚାୟେ ପେ ଚର୍ଚ୍ଚା’ ହୋଇଥିଲା। ଏଥିରେ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧି ପ୍ରଧାନମନ୍ତ୍ରୀଙ୍କ ସହ ନୀଳ ହଳଦିର ସ୍ୱାସ୍ଥ୍ୟ ଲାଭ ନେଇ ଚର୍ଚ୍ଚା କରୁଥିବା ଦେଖା ଯାଇଛି। ପ୍ରିୟଙ୍କା ଗାନ୍ଧି କହିଥିଲେ ସେ ନୀଳ ହଳଦି ସେବନ କରନ୍ତି ଓ ପ୍ରଦୂଷଣରୁ ବର୍ତ୍ତିବା ପାଇଁ ଖାସ କରି ନୀଳ ହଳଦିକୁ ତାଙ୍କ ଖାଦ୍ୟ ପେୟରେ ବ୍ୟବହାର କରନ୍ତି। ଆମେ ସମସ୍ତେ ସାଧାରଣ ହଳଦି ସମ୍ପର୍କରେ ଜାଣନ୍ତି ଓ ଏହା ଆମ ରୋଷେଇର ସବୁ ବଡ଼ ଅଂଶ ତେବେ ଆସନ୍ତୁ ଜାଣିବା ନୀଳ ହଳଦିର ସ୍ୱାସ୍ଥ୍ୟ ଲାଭ କଥା।

ଏହାକୁ କଳା ହଳଦି ମଧ୍ୟ କୁହନ୍ତି। ଏହି ହଳଦି ଗଭୀର ନୀଳ ରଙ୍ଗର ହୋଇଥାଏ ଓ ଏହାର ଚୋପା କଳାରଙ୍ଗର ଦେଖଯାଇଥାଏ। ଏହି ହଳଦିର ବୈଜ୍ଞାନିକ ନାମ କରକୁମା କ୍ୟାସିଆ। ଏହା ଉତ୍ତର-ପୂର୍ବ ଭାରତ ଓ ଆନ୍ଧ୍ରପ୍ରଦେଶରେ ଚାଷ ହୋଇଥାଏ। ସାଧାରଣ ହଳଦି ଭଳି ଏହା ୯ ମାସରେ ହୋଇଥାଏ ଓ ଏହାକୁ ଔଷଧ ଭଳି ଉପଯୋଗ କରାଯାଏ। ଏଥିରେ ଭରପୁର ଆଣ୍ଟି ଅକ୍ସିଡେଣ୍ଟ ଥାଏ। ଏହାର ଆଣ୍ଟି ଇନଫ୍ଲେମେଣ୍ଟ୍ରି ଗୁଣ ଶରୀରକୁ ଅନେକ ଲାଭ ଦେଇଥାଏ। ଏହି ହଳଦି ଆଣ୍ଠୁଗଣ୍ଠି ଦରଜ ଉପଷମରେ ବେଶ ସହାୟକ ହୋଇଥାଏ।

ନୀଳ ହଳଦି ପେଟ ସମସ୍ୟାରେ ବେଶ୍ ଉପଯୋଗୀ ହୋଇଥାଏ। ଏହାକୁ ସେବନ କଲେ ପେଟର ବିଭିନ୍ନ ସମସ୍ୟା ଖାସ କରି କୋଷ୍ଟକାଠିନ୍ୟ ଦୂର କରିଥାଏ। ଏହି ହଳଦିରେ ଫେନୋଲିକ୍ କମ୍ପାଉଣ୍ଡ ଓ କେଟେଚିନ୍ସ ଥାଏ। ଆଣ୍ଟି ଅକ୍ସିଡେଣ୍ଟ ହୋଇଥିବା କାରଣରୁ ନିଳ ହଳଦି ଅକ୍ସିଡେଟିଭ ଷ୍ଟ୍ରେସ୍ କୁ କମ କରିବା ଯୋଗୁ ଏଜିଂ ଧିମା ହୋଇଥାଏ। ଆଣ୍ଟି ଅକ୍ସିଡେଣ୍ଟ ଓ ଆଣ୍ଟି ଇନପ୍ଲେମେଟରୀ ନୀଳ ହଳଦି ଋତୁକାଳୀନ ସର୍ଦ୍ଦିକାଶ ସମସ୍ୟା ଦୂର କରିଥାଏ। ଖାସ କରି ଶୀତ ଋତୁରେ ଏହି ହଳଦି ସେବନ ଲାଭଜନକ ହୋଇଥାଏ।

ନୀଳ ହଳଦିର ଆଉ ଏକ ଲାଭ ହେଉଛି ଏହାର ଆଣ୍ଟି ଡାୟବେଟିକ୍ ଗୁଣ ଯୋଗୁ ବ୍ଲଡ ସୁଗର କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ। ଔଷଧିୟ ଗୁଣରେ ଭରପୁର ନୀଳ ହଳଦି ତ୍ୱଚାର ସ୍ୱାସ୍ଥ୍ୟ ଲାଗି ଭଲ। ଏଥିରେ କେଟେଚିନ ଥାଏ ଏହା ୟୁଭିବି ଯୋଗୁ ହେଉଥିବା ଏଜିଂକୁ ଧିମା କରିଥାଏ। ତ୍ୱଚାକୁ ନିଖାରି ଥାଏ। ଏହି ହଳଦିକୁ ଅନେକ ପ୍ରକାରେ ସେବନ କରାଯାଇପାରେ। ଏହାକୁ ତରକାରୀରେ ଉପଯୋଗ କରାଯାଇପାରେ, ସୁପ୍ ରେ ବି ପକାଇ ପାରନ୍ତି, ଏହି ହଳଦିକୁ ପାଣିରେ ସିଝାଇ ଏହାର ଚା ପିଆଯାଇପାରେ। କ୍ଷୀରରେ ସିଝାଇ ମଧ୍ୟ ପିଆଯାଇପାରେ। ନୀଳ ହଳଦି ଦୁଗ୍ଧ ସ୍ୱାଦିଷ୍ଟ ଲାଗିଥାଏ। ତେବେ ଏହାକୁ ଆବଶ୍ୟକତା ଠାରୁ ଅଧିକ ସେବନ କରନ୍ତୁନି।