ରୁଷ ମଦକୁ ଭାରତୀୟଙ୍କ ପସନ୍ଦ, ୧୦ ମାସରେ ପିଇଛନ୍ତି ୫୨୦ ଟନ୍...

NEWS7
we-will-never-leave-we-will-stay-until-terrorists-are-punished-pm-modi--

ନୂଆଦିଲ୍ଲୀ: ଭାରତରେ ରୁଷ ମଦର ଚାହିଦା ବଢ଼ିଛି । ଏହାର ଅନୁମାନ ଏଥିରେ କରାଯାଇପାରେ ଯେ, ୨୦୨୫ର ପ୍ରଥମ ମାସରେ ଭାରତରେ ୫୨୦ ଟନ୍ ହ୍ବିସ୍କି, ଜିନ୍, ଭୋଡକା ଏବଂ ଅନ୍ୟ ପ୍ରଡକ୍ଟ ଆମଦାନୀ ହୋଇଛି। ଯାହା ଗତ ବର୍ଷର ସମାନ ଅବଧି ତୁଳନାରେ ପ୍ରାୟ ୪ ଗୁଣ ଅଧିକ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏବର୍ଷ ପ୍ରଥମ ୧୦ ମାସରେ ଭାରତକୁ ରୁଷ ସ୍ପିରିଟର ରପ୍ତାନୀ, ଗତ ବର୍ଷର ଏହି ଅବଧି ତୁଳନାରେ ପ୍ରାୟ ଚାରି ଗୁଣ ବୃଦ୍ଧି ହୋଇଛି। ଏହାଦ୍ବାରା ଭାରତ ରୁଷ ରପ୍ତାନିକାରୀଙ୍କ ପାଇଁ ଏକ ଆକର୍ଷଣୀୟ ଏବଂ ବିକଶିତ ବଜାର ହୋଇଛି। ରୁଷ କୃଷି ମନ୍ତ୍ରଣାଳୟର ସଂଘୀୟ କୃଷି ରପ୍ତାନୀ ବିକାଶ କେନ୍ଦ୍ର (ଏଗ୍ରୋଏକ୍ସପୋର୍ଟ)ର ତଥ୍ୟର ଉଦ୍ଧୃତି ଦେଇ ପ୍ରମୁଖ ଆର୍ଥିକ ଏବଂ ବାଣିଜ୍ୟିକ ସମ୍ବାଦପତ୍ର ‘ବେଦୋମୋସ୍ତୀ’ କହିଛି ଯେ, ଭାରତ ଭୋଡକା ଏବଂ ଅନ୍ୟ ମାଦକ ପେୟ ପଦାର୍ଥର ରପ୍ତାନୀରେ ରୁଷ ରପ୍ତାନିକାରୀ ଭାରତୀୟ ବଜାର ଖୁବ୍ ଆକର୍ଷଣୀୟ ରହିଆସିଛି।

ରିପୋର୍ଟରେ କୁହାଯାଇଛି, ୨୦୨୫ ପ୍ରଥମ ୧୦ ମାସରେ ରୁଷ ସ୍ପିରିଟ ଉତ୍ପାଦକ ଭାରତକୁ, ପ୍ରାୟ ୫୨୦ ଟନ୍ ସ୍ପିରିଟ୍ (ଭୋଡକା, ଜିନ୍, ହ୍ପିସ୍କି ଏବଂ ଲିକର ସମେତ)ର ରପ୍ତାନୀ କରିଛନ୍ତି। ଯାହାର ମୂଲ୍ୟ ୯ ଲକ୍ଷ ଆମେରିକା ଡଲାର ରହିଥିଲା। ଏହା ଗତ ବର୍ଷର ଏହି ଅବଧି ତୁଳନାରେ ଓଜନ ହିସାବରେ ତିନି ଗୁଣା ଏବଂ ଆର୍ଥିକ ଭାବରେ ଚାରି ଗୁଣ ଅଧିକ। ଆଗ୍ରୋଏକ୍ସପୋର୍ଟର ରିପୋର୍ଟ ଅନୁସାରେ, ସବୁଠୁ ଅଧିକ ଭୋଡକା ରୁଷରୁ ଆସିଛି। ଆର୍ଥିକ ଦୃଷ୍ଟିରୁ ଏହି ୧୦ ମାସରେ ଏହାର ରପ୍ତାନୀର ମୂଲ୍ୟ ପ୍ରାୟ ୭୬୦,୦୦୦ ଆମେରିକୀୟ ଡଲାର ଥିଲା।

ଅବଶ୍ୟ ଜାନୁଆରୀରେ ଅକ୍ଟୋବର ପର୍ଯ୍ୟନ୍ତ ରୁଷରୁ ମଦ ଆମଦାନୀକାରୀ କରୁଥିବା ସବୁଠୁ ବଡ଼ ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ କେବଳ ୧୪ ଥିଲା। ଟନ୍ ହିସାବରେ ଏହାର ଅଂଶ ୧.୩ ପ୍ରତିଶତ ଏବଂ ଆୟ ହିସାବରେ ୧.୪- ୧.୫ ପ୍ରତିଶତ ଥିଲା। ଏହା ସତ୍ତ୍ବେ ବି ରପ୍ତାନୀର ବୃଦ୍ଧି ହାର ସବୁଠୁ ଅଧିକ ରହିଥିଲା। ରୁଷ ମଦର ଅନ୍ୟ ପ୍ରମୁଖ ଆମଦାନିକାରୀଙ୍କ ମଧ୍ୟରେ କଜାକିସ୍ତାନ, ଜର୍ଜିଆ, ଚୀନ, ଅଜରବାଇଜାନ, ଆର୍ମେନିୟା ଏବଂ ବେଲାରୁଷ ରହିଛନ୍ତି।