ମେଡିକାଲକୁ ଚେପ୍ ଅପ୍ ପାଇଁ ଆସିଥିଲେ, ଟ୍ରାକ୍ଟର ଧକ୍କାରେ ଚାଲିଗଲା ଗର୍ଭବତୀଙ୍କ ଜୀବନ

NEWS7
who-is-delhi-next-chief-minister-5-bjp-leaders-ahead-race-cm-post

ଭଦ୍ରକ ୧୫।୦୩ : ଟ୍ରାକ୍ଟର ଧକ୍କାରେ ଗର୍ଭବତୀ ମୃତ । ସ୍ୱାମୀ-ଝିଅ ସହ ମେଡିକାଲକୁ ଆସୁଥିଲେ ଗର୍ଭବତୀ ମହିଳା । ହେଲେ ଅଧାରାସ୍ତାରେ ଚାଲିଦେଲା ଧାନ ବୋଝେଇ ଟ୍ରାକ୍ଟର । ଭଦ୍ରକ ସହରାଞ୍ଚଳ ଥାନା ବନ୍ତ ଛକ ନିକଟରେ ଘଟିଛି ଏପରି ଦୁଃଖଦ ଘଟଣା । 

ଏ ଖବର ବି ପଢନ୍ତୁ:-କଏଦୀ ମୃତ୍ୟୁ ସସ୍‌ପେନ୍ସ : ବଲାଙ୍ଗିର ଜେଲ୍‌ରେ ସମ୍ବଲପୁର ଜେଲ୍ ଡିଆଇଜି, ତଦନ୍ତ କରି ଉପରିସ୍ଥ ଅଧିକାରୀଙ୍କୁ ଦେବେ ରିପୋର୍ଟ

ଖବର ଅନୁଯାୟୀ, ବନ୍ତ ଥାନା ଅଧିନ ଟିଲୋ ଅଞ୍ଚଳର ଅନିତା ଲେଙ୍କା ୬ ମାସର ଗର୍ଭବତୀ ଥିଲେ। ସେ ସ୍ୱାମୀ ଏବଂ ୪ ବର୍ଷର ଝିଅ ସହ ଭଦ୍ରକରେ ଚିକିତ୍ସା ପାଇଁ ଯାଇଥିଲେ । ସେଠାରୁ ଚିକିତ୍ସା ପରେ ବନ୍ତ ଫେରୁଥିଲେ । ବନ୍ତ ଛକ ନିକଟରେ ରାସ୍ତା ପାର୍ ହେଉଥିବା ବେଳେ ଏକ ଧାନ ବୋଝେଇ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ସେ ଗୁରୁତର ହୋଇ ରାସ୍ତାରେ ପଡ଼ିଯାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳେକୁ ହୋଇସାରିଥିଲା ବହୁ ବିଳମ୍ବ । ଡାକ୍ତରଖାନାରେ ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ସେପଟେ ଦୁର୍ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ଏବଂ ଝିଅ ସୁରକ୍ଷିତ ଅଛନ୍ତି । ବାକି ଦୁର୍ଘଟଣା ଘଟାଇଥିବା ଧାନ ବୋଜେଇ ଟ୍ରାକ୍ଟରକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ଏ ଖବର ବି ପଢନ୍ତୁ:- ଚୀନ ଠାରୁ ବୁଦ୍ଧି ଶିଖିବା ପରେ ଭାରତକୁ ଡରୁଛି କି ଆମେରିକା ? ଚିନ୍ତା ବ୍ୟକ୍ତ କଲେ ଟ୍ରମ୍ପଙ୍କ ମନ୍ତ୍ରୀ; ଭୟ ପଛର କାରଣ କ'ଣ?