ସୁନାର ମହଲ, ୩୩୫ ଅରବ ଡଲାର ସମ୍ପତ୍ତି, କିଏ ଏହି ଧନୀ ଶାସକ ?

Published By : Prameya-News7 Bureau | February 19, 2025 IST

ନୂଆଦିଲ୍ଲୀ ୧୯/୦୨:ସୁନାର ମହଲ, ୩୩୫ ଅରବ ଡଲାର ସମ୍ପତ୍ତି । ମହଲରେ ୧୦୦ରୁ ଅଧିକ ବଖରା । ଆଖି ଲାଖିଗଲା ଭଳି ପରିବ୍ୟାପ୍ତ ଜାଗା । ଯେଉଁଠି ଏକାସଂଗେ ରହିପାରିବ ୫୦୦ ଭଳି ଗାଡି । ପାଖରେ ଅଛି ପ୍ରାଇଭେଟ୍ ଏୟାରଲାଇନ୍ସ । ପରିବାର ଲୋକ ବି ଯାତ୍ରା କରନ୍ତି ସ୍ୱତନ୍ତ୍ର ପ୍ଲେନ୍‌ରେ । ଆଜ୍ଞା ହଁ ଆମେ କହୁଛୁ ଜଣେ ଧନୀ ଶାସକଙ୍କ କଥା । 

ଯିଏକି ଦେଖିବାକୁ ପୁରା ରାଜକୁମାରଙ୍କ ଭଳି । ଲମ୍ୱା ଉଚ୍ଚତା, ଚେହେରା ବି ଫିଟ୍ ଆଣ୍ଡ ତଗଡା । ୧୦ ବର୍ଷରେ ଦ୍ୱିତୀୟ ଥର ପାଇଁ ଆସିଛନ୍ତି ଭାରତ । ଫୋକସରେ କତାର ଓ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବ୍ୟବସାୟୀ ବୃଦ୍ଧି । ହେଲେ ଜାଣିଛନ୍ତି କିଏ ଏହି ଧନୀ ଶାସକ ? ଯାହାଙ୍କ ପାଇଁ ଭାରତର ପ୍ରଧାନମନ୍ତ୍ରୀ ଏୟାରପୋର୍ଟରେ ଭାଙ୍ଗିଦେଲେ ପ୍ରୋଟକଲ । କାହିଁକି ତାଙ୍କ ଲାଇଫ୍‌ ଷ୍ଟାଇଲକୁ ନେଇ ଚର୍ଚ୍ଚା?  

ନା ତାଙ୍କର ଶେଖ୍ ତମିମ୍ ବିନ୍ ହମଦ୍ ଅଲ୍-ଥାନୀ । ୧୯୮୦ ମସିହା ଜୁନ୍ ୩ ରେ ଜନ୍ମ । ତମିମ୍ ପୂର୍ବ ଧନୀ ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନୀଙ୍କ ଚତୁର୍ଥ ପୁଅ । ବ୍ରିଟେନରେ ପାଠପଢା ପରେ ୧୯୯୮ରେ କତାର ଆର୍ମିରେ ନେଇଥିଲେ ନେତୃତ୍ବ । ୨୦୧୩ ସେ ପାଲଟିଗଲେ ହେଲେ କତାରର ଧନୀ । ଏହାପରଠୁ ବଢିଛାଲିଛି ତାଙ୍କର ଲୋକପ୍ରିୟତା । କେବଳ କତାର ନୁହେଁ  ସାରା ଦେଶରେ ସେ ଏବେ ଚର୍ଚ୍ଚିତ ଶାସକ । 


୨୦୨୨ ରେ ରୟାଲ୍ ଇସଲାମିକ୍ ଷ୍ଟ୍ରେଟେଜିକ୍ ଷ୍ଟଡିଜ୍ ସେଣ୍ଟର ତରଫରୁ ମିଳିଥିଲା ବଡ ଉପାଧୀ । ଦୁନିଆର ସବୁଠାରୁ ପ୍ରଭାବଶାଳୀ ମୁସଲିମଙ୍କ ତାଲିକାରେ ହୋଇଥିଲେ ସାମିଲ୍ କରାଗଲା । ୨୦୨୩ରେ ଶେଖ୍ ତାମିମ୍ ବିନ୍ ହମାଦ୍ ଅଲ୍-ଥାନୀ ହୋଇଥିଲେ ଉତ୍ତରାଧିକାରୀ । ପରେ, ତାଙ୍କୁ ସଶସ୍ତ୍ର ବାହିନୀର ଡେପୁଟି କମାଣ୍ଡର-ଇନ୍-ଚିଫ୍ ଭାବରେ କରାଯାଇଥିଲା ନିଯୁକ୍ତ । ସାରା ଦେଶର ସୁରକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ ଥିଲା ତାଙ୍କ ଉପରେ ।

ନିଜ ଲାଇଫଷ୍ଟାଇଲ୍ ପାଇଁ ଫେମସ ଶେଖ୍ ତାମିମ ବିଶ୍ୱର ଅଷ୍ଟମ ଧନୀ ରାଜା ଭାବେ ସ୍ଥାନିତ । ରିପୋର୍ଟ କୁହେ ୩୩୫ ଅରବ ଡଲାର ସମ୍ପତ୍ତିର ମାଲିକ ସେ । ଧନୀ ଶେଖ୍ ଥରେ ନୁହେଁ ଜୀବନରେ ୩ ଥର କରିଛନ୍ତି ବିବାହ । ମୋଟ୍ ୧୩ ସନ୍ତାନର ଜନକ ଶେଖ୍ ଙ୍କ ଜୀବନି ବି ଖୁବ୍ ବିଳାସପୂର୍ଣ୍ଣ । କତାରର ରାଜଧାନୀ ଦୋହାରେ ତାଙ୍କର ରହିଛି ତାଙ୍କର ରୟାଲ୍ ପ୍ୟାଲେସ୍ । 

ମହଲର କିଛି ଅଂଶ ସୁନାରେ ଖଚିତ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି କି, ଦୁନିଆର ସବୁଠାରୁ ମହଙ୍ଗା ବିମାନରେ ଯାତ୍ରା କରନ୍ତି ଶେଖ୍ । ଯାହାର ମୂଲ୍ୟ ପାଖାପାଖି ୩.୩ ବିଲିୟନ୍ ଟଙ୍କା ହେବ । ୧୨୪ ମିଟର ଲମ୍ବା ଏହି ବିମାନ ପାଇଁ ହେଲିପ୍ୟାଡ୍ ର ସୁବିଧା ମଧ୍ୟ କରିଛନ୍ତି ଶେଖ୍ । ୩୫ ଜଣ ଅତିଥି ଏବଂ ୯୦ କ୍ରୁ ମେମ୍ବରଙ୍କ ପାଇଁ ଏହି ବିମାନରେ ରହିଛି ସ୍ଥାନ ।

ଧନୀ ଶେଖଙ୍କ ପାଖରେ ରହିଛି ନିଜସ୍ୱ ଏୟାରଲାଇନ୍ସ । ଯାହାକୁ କୁହାଯାଏ ‘କତାର ଅମିରି ଏୟାରଲାଇନ୍’ । ୧୯୭୭ରେ ଏୟାରଲାଇନ୍ ପଡିଥିଲା ମୁଳଦୂଆ । ତେବେ ଏହି ଏୟାର ଲାଇନ୍ ସର୍ବସାଧାରଣଙ୍କ ପାଇଁ ନୁହେଁ କେବଳ ରାଜପରିବାର ପାଇଁ । ଯେଉଁଠି ୧୪ ଟି ବିମାନ ଛିଡା ହେବାର ରହିଛି ସାମର୍ଥ୍ୟ । ଆହୁରି ବି ଧନୀ ଶେଖ୍ ଙ୍କ କାର୍ କଲେକ୍ସନର ଭି ଜବରଦସ୍ତ । ଫରାରୀଠାରୁ ଆରମ୍ଭ କରି ଲାମ୍ବରଗିନି, ବୁଗାଟି, ରୋଲ୍ସ ରଏସ୍ ଭଳି ନାମୀ ଦାମୀ ଗାଡି ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.