ଜନବସତି ମୁହାଁ ଗଜରାଜ, ଅନ୍ଧାରୁଆ ଦାସପୁର ନିକଟରେ ବୁଲୁଛି ହାତୀ

Published By : Prameya-News7 Bureau | June 18, 2024 IST

ଭୁବନେଶ୍ବର ୧୮।୬: ରାଜଧାନୀ ରାଜରାସ୍ତାରେ ବୁଲୁଛନ୍ତି ଗଜରାଜ । ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆ ଦାସପୁର ନିକଟରେ ବୁଲୁଛନ୍ତି ହାତୀ । ଜନବସତି ମୁହାଁ ହେଉଛନ୍ତି ଗଜରାଜ । ସୋମବାର ରାତିରେ ଜଙ୍ଗଲ ପଟୁ ଆସି ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି । ନୀତିଦିନ ଏହିଭଳି ଭାବେ ହାତୀପଲ ଜଙ୍ଗଲ ପଟୁ ଆସି ଜନବସତି ଆଡକୁ ଯାଉଛନ୍ତି । ଦିନ ଓ ରାତି ସମୟରେ ଏଭଳି ଯାତାୟାତ କରି ଫସଲ ନଷ୍ଟ କରୁଛନ୍ତି । ଲୋକେ ମଧ୍ୟ ଏହାକୁ ନେଇ ଭୟଭୀତ ଥିବା ବେଳେ ଖାଦ୍ୟ ପାଇଁ ହାତୀ ରାସ୍ତା ପାର ହୋଇ ଯାଉଥିବା କହିଛନ୍ତି ଜଙ୍ଗଲ ବିଭାଗ କର୍ମଚାରୀ ।

You Can Read :

ଜମିବାଡି ବିବାଦରୁ ମା’-ଝିଅଙ୍କୁ ଆକ୍ରମଣ : ଚିକିତ୍ସାଧିନ ଅବସ୍ଥାରେ ଝିଅଙ୍କ ମୃତ୍ୟୁ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ମା’

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.