୧୫ ଫୁଟର ଡେଣା, ଜିରାଫ୍ ପରି ଉଚ୍ଚତା, ଭୟଙ୍କର ଶିକାରୀ ଥିଲା ଏହି ଜୀବ…

Published By : Prameya-News7 Bureau | June 18, 2024 IST

ନୂଆଦିଲ୍ଲୀ ୧୮।୦୬:ରହସ୍ୟରେ ଭରା ପୃଥିବୀ । ଏଥିରେ ଅନେକ ଜୀବଜନ୍ତୁ ରୁହନ୍ତି । କିଛି ଜୀବ ଏପରି ଯିଏକି ଲୋପ ପାଇସାରିଲେଣି । ପୃଥିବୀରେ ଏପରି ଏକ ପ୍ରାଣୀ ଥିଲା ଯାହାର ଉଚ୍ଚତା ଜିରାଫ ପରି ଥିଲା । ଆଉ ଏହାର ଡେଣା ୧୫ ଲମ୍ବା ରହିଥିଲା । ଏହା ଉଡୁଥିବା ଏକ ଭୟଙ୍କର ଶିକାରୀ ଥିଲା । 

କହିବାକୁ ଗଲେ ଅଧା ଦୁନିଆ ଉପରେ ଥିଲା ଏହାର ରାଜ୍ । ବର୍ତ୍ତମାନ ଅଷ୍ଟ୍ରେଲିଆର ଦୁର୍ଗମ ଅଞ୍ଚଳରେ ମିଳିଛି ଏହାର ଜୀବାସ୍ମ । ଏହା ଟେରୋସରସ୍ ଅର୍ଥାତ୍ ଡାଇନୋସରର ଏକ ପ୍ରଜାତି  ଥିଲା । ତେବେ ନିକଟରେ ସେମାନଙ୍କର ଜୀବାଶ୍ମ ଯଥା ହାଡ ମିଳିଛି । କାର୍ଟିନ୍ ସ୍କୁଲ୍ ଅଫ୍ ଆର୍ଥ ଆଣ୍ଡ ପ୍ଲାନେଟାରୀ ସାଇନ୍ସର ଅନୁସନ୍ଧାନକାରୀ ଏଡେଲ୍ ପେଣ୍ଟଲ୍ୟାଣ୍ଡ କହିଛନ୍ତି ଯେ ୧୦୦ ନିୟୁତ ବର୍ଷ ଧରି ଏହି ଭୟଙ୍କର ଶିକାରୀ ଅଧା ଦୁନିଆ ଉପରେ ରାଜ୍ କରୁଥିଲା । 

ପେଣ୍ଟଲ୍ୟାଣ୍ଡ ଅନୁଯାୟୀ, ଏହି ଉଡ଼ନ୍ତା ଜୀବମାନେ ଯେଉଁ ଅଞ୍ଚଳରେ ରହୁଥିଲେ ସେହି ଅଞ୍ଚଳ ବର୍ତ୍ତମାନ ବ୍ରାଜିଲ, ଇଂଲଣ୍ଡ, ମରୋକୋ, ଚୀନ୍, ସ୍ପେନ୍ ଏବଂ ଆମେରିକା ଭାବରେ ଜଣାଶୁଣା। ଏହି ଜୀବର ହାଡ ଆବିଷ୍କାର କରିବାର ଶ୍ରେୟ ଅଷ୍ଟ୍ରେଲିଆର କେବିନ ପିଟରସନଙ୍କୁ ଯାଇଥାଏ ।

 ରିପୋର୍ଟ ଅନୁଯାୟୀ, ଅନ୍ୟ ଏକ ଜୀବାଶ୍ମର ଯାଞ୍ଚ କରିବା ସମୟରେ ଏହି ହାଡଗୁଡ଼ିକ ମିଳିଥିଲା। ଏହି ବିନାଶକାରୀ ଜୀବ ଡାଇନୋସରଙ୍କ ସହିତ ପୃଥିବୀରୁ ବିଲୁପ୍ତ ହୋଇଥିବେ । ବିଜ୍ଞାନ ଅନୁଯାୟୀ ୬୬ ନିୟୁତ ବର୍ଷ ପୂର୍ବେ ପୃଥିବୀର ପ୍ରାୟ ଏକ ଚତୁର୍ଥାଂଶ ପ୍ରାଣୀ ନଷ୍ଟ ହୋଇ ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.