kerala assembly election 2026: ଏଥର ୮୫ ଆସନରେ ନିର୍ବାଚନ ଲଢ଼ିବ ସିପିଆଇଏମ୍, କେଉଁ ଆସନରୁ ଲଢ଼ିବେ ବିଜୟନ?

NEWS7
winter-is-back-with-thick-fog-in-subernapur-district

ନୂଆଦିଲ୍ଲୀ:ଭାରତୀୟ ନିର୍ବାଚନ ଆୟୋଗ ରବିବାର ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏଥିରେ କେରଳ ବି ରହିଛି। କେରଳରେ ଏପ୍ରିଲ ୯ରେ ଭୋଟ ଭୋଟ ହେବ। କେରଳ ନିର୍ବାଚନ ପାଇଁ ସିପିଆଇଏମ୍ ଏହାର ପ୍ରସ୍ତୁତି ଆରମ୍ଭ କରିଦେଇଛି।

ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) (ସିପିଆଇଏମ୍) ଆଗାମୀ ୨୦୨୬ କେରଳ ବିଧାନସଭା ନିର୍ବାଚନରେ ୮୬ଟି ନିର୍ବାଚନମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଦଳ ୫୬ ଜଣ ବିଧାୟକଙ୍କୁ ଏଥର ପୁଣିଥରେ ନିର୍ବାଚନ ମୈଦାନକୁ ଛାଡ଼ିବ ବୋଲି ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ପୁଣି ଥରେ କନ୍ନୁର ଜିଲ୍ଲାର ଧର୍ମଡୋମ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।

ପଢ଼ନ୍ତୁ- Assembly Election 2026: ଏପ୍ରିଲରେ ୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ହେବ ବିଧାନସଭା ନିର୍ବାଚନ, ଘୋଷଣା କଲେ ନିର୍ବାଚନ ଆୟୋଗ

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ କେ. କେ. ଶୈଳଜାଙ୍କୁ କନ୍ନୁର ଜିଲ୍ଲାର ପେରାଭୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଯାଇଛି। ସେ ପୂର୍ବ ଥର ମଟ୍ଟାନୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ରେକର୍ଡ ବ୍ୟବଧାନରେ ଜିତିଥିଲେ। ହେଲେ ଏଥର ତାଙ୍କୁ ଆଉ ଏକ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଯାଇଛି। ତେବେ ପେରାଭୁରକୁ ବର୍ତ୍ତମାନ କେରଳ ପ୍ରଦେଶ କଂଗ୍ରେସ କମିଟି (KPCC)ର ସଭାପତି ସନି ଯୋସେଫ ପ୍ରତିନିଧିତ୍ୱ କରୁଛନ୍ତି।

ଦଳ ଏପର୍ଯ୍ୟନ୍ତ ୮୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିବା ବେଳେ ବାକି ପାଞ୍ଚ ଜଣ ସ୍ୱାଧୀନ ପ୍ରାର୍ଥୀ ହେବେ, ଯାହାଙ୍କ ନାଁ ପରେ ଘୋଷଣା କରାଯିବ। ଉଲ୍ଲେଖନୀୟ ପ୍ରାର୍ଥୀଙ୍କ ମଧ୍ୟରେ, ପି.କେ. ଶ୍ୟାମଳା ତାଲିପାରମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଶ୍ୟାମଳା ହେଉଛନ୍ତି ସିପିଆଇଏମ୍ ରାଜ୍ୟ ସମ୍ପାଦକ ଏମ. ଭି. ଗୋବିନ୍ଦନଙ୍କ ପତ୍ନୀ, ଏବଂ ତାଲିପାରମ୍ବା ପୂର୍ବରୁ ତାଙ୍କ ନିର୍ବାଚନ ମଣ୍ଡଳୀ ଥିଲା।

ପଢ଼ନ୍ତୁ- Tamil nadu election: ବିଜୟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଓ ଟିଭିକେକୁ ୮୦ ଆସନ ଯାଚିଲା ବିଜେପି: ବିଶାଳ ଫ୍ୟାନ୍ ବେସ୍ ଉପରେ ଦଳର ନଜର

LDF ଏବଂ UDF ମଧ୍ୟରେ ମୁଖ୍ୟ ଲଢ଼େଇ

ରାଜ୍ୟର ୧୪୦ଟି ବିଧାନସଭା ଆସନ ପାଇଁ LDF ଏବଂ UDF ମଧ୍ୟରେ ମୁଖ୍ୟ ଲଢ଼େଇ ହେବ। ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ମଧ୍ୟ ପ୍ରାୟ ୧୦୦ଟି ଆସନ ଜିତିବା ଲକ୍ଷ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ଏବଂ ଏହାର ସହଯୋଗୀ ଦଳ, ଭାରତ ଧର୍ମ ଜନ ସେନା (BDJS) ଏବଂ ଟ୍ୱେଣ୍ଟି୨୦ ମେଣ୍ଟ ଅନ୍ୟ ୪୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଠାରେ ମଧ୍ୟ ଭୋଟ୍ ଗଣତି ମେ ୪ ତାରିଖରେ ହେବ।