ଢେଙ୍କାନାଳ ଶାସନ ଛକ ନିକଟରେ ଅଘଟଣ : ମାଟି କାନ୍ଥ ପଡି ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | June 14, 2024 IST

ଢେଙ୍କାନାଳ ୧୪।୬: ଢେଙ୍କାନାଳ ସହରର ଶାସନ ଛକ ନିକଟରେ ଘଟିଛି ଅଘଟଣ । ଜଣେ   ମହିଳାଙ୍କ ଉପରେ ରୋଷେଇ ଘର କାନ୍ଥ ପଡିଯିବାରୁ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ଶାସନ ଛକ ଅର୍ଥାତ ଚନ୍ଦନ ବଜାରର କହ୍ନେଇ ମେହେରଙ୍କ ପତ୍ନୀ ବିନି ମେହେର । ତାଙ୍କ ବୟସ ୫୦ ବର୍ଷ ହେବ ବୋଲି ଜଣାପଡିଛି । ଶୁକ୍ରବାର ରୋଷେଇ କରୁଥିବା ବେଳେ ରୋଷେଇ ଘରର ମାଟି ପଥର କାନ୍ଥଟି ଅଚାନକ ତାଙ୍କ ଉପରେ ଭୁଶୁଡି ପଡ଼ିଥିଲା । ଫଳରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା । ଟାଉନ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ଗୁରୁବାର ରାତିରେ ଢେଙ୍କାନାଳରେ ବର୍ଷା ହୋଇଥିବା ବେଳେ ମାଟି ପେଚରେ ତିଆରି ଏହି ପଥର କାନ୍ଥଟି ଓଦା ହୋଇଯାଇଥିବାରୁ ଏଭଳି ଅଘଟଣ ଘଟିଥିବା ଜଣାପଡିଛି ।

You Can Read :

ରିମାଣ୍ଡରେ ଆସିବେ ଆୟସ-ଆୟୁଷ୍ମାନ ଗ୍ୟାଙ୍ଗ୍, ୩ ଦିନ ରିମାଣ୍ଡରେ ଆଣିବ ସ୍ପେଶାଲ ସ୍କ୍ୱାଡ୍

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.