LIVE TV

ଦନ୍ତା ଆକ୍ରମଣରେ ମହିଳାଙ୍କ ମୃତ୍ୟୁ, ଛେଳି ଚରାଇବାକୁ ଯାଇଥିବା ବେଳେ ହାବୁଡ଼ରେ ପଡ଼ିଗଲେ

NEWS7

ଆଠଗଡ଼ ୧୧।୧୦: ଦନ୍ତା ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ମୃତ ମହିଳା ଜଣଙ୍କ ହେଲେ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଖିରିଖିଆ ଗ୍ରାମର ୫୫ ବର୍ଷ ବୟସ୍କ ବେଲ ତିରିଆ । 

ସୂଚନାଯୋଗ୍ୟ ଯେ, ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜ ଗୋବରା ସଂରକ୍ଷିତ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ ଶିକାର ହୋଇଥିଲେ ବେଲ । ଗୁରୁବାର ସନ୍ଧ୍ୟାରୁ ସେ ନିଖୋଜ ଥିଲେ । ଖବର ପାଇ ଖୁଣ୍ଟୁଣୀ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

You Can Read:

ସରଣୀ ଛକ ନିକଟରେ ଦୁର୍ଘଟଣା, ବସ୍ ଧକ୍କାରେ ମହିଳା କନଷ୍ଟେବଲଙ୍କ ମୃତ୍ୟୁ