ରାତି ଅଧିଆ ଚାଲିଥିଲା ବାର୍ ରେଡ୍, ମହିଳା ଏକ୍ସାଇଜ୍ ସୁପରିଟେଣ୍ଡେଣ୍ଟଙ୍କୁ ବାର୍ ମାଲିକଙ୍କ ଦୁର୍ବ୍ୟବହାର ଅଭିଯୋଗ

Published By : Prameya-News7 Bureau | July 07, 2024 IST

ଭୁବନେଶ୍ବର ୭।୭: ରାତି ଅଧିଆ ଚାଲିଥିଲା ବାର୍ ରେଡ୍ । ରେଡ୍ ବେଳେ ମହିଳା ଏକ୍ସାଇଜ ସୁପରିଟେଣ୍ଡେଣ୍ଟଙ୍କୁ ବାର୍ ମାଲିକଙ୍କ ଦୁର୍ବ୍ୟବହାର । ଏକ୍ସାଇଜ୍ ଗାଡ଼ି ଆଗରେ ଠିଆ ହେବା ସହ ସୁପରିଟେଣ୍ଡେଣ୍ଟଙ୍କୁ ଦୁର୍ବ୍ୟବହାର କଲେ ବାର୍ ମାଲିକ । ଏ ନେଇ ଏକ୍ସାଇଜ୍ ସୁପରିଟେଣ୍ଡେଣ୍ଟ ଲକ୍ଷ୍ମୀସାଗର ଥାନାରେ କଲେ ଅଭିଯୋଗ । ରାତି ଅଧିଆ ବାର୍ ଉପରେ ଚଢାଉ ବେଳେ ମହିଳା ଅବକାରୀ ଅଫିସର ତଥା ଭୁବନେଶ୍ବର ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ଦୁର୍ବ୍ୟବହାର ସହ ଆଶାଳୀନ ମନ୍ତବ୍ୟ ଦେଇଛନ୍ତି । 

କଟକ ରୋଡ୍‌ରେ ଥିବା ବାର୍ "ରେନ୍ ଦ କ୍ଲବ୍" ମାଲିକ ସତ୍ୟ ମହାନ୍ତି ଅଶାଳୀନ ବ୍ୟବହାର ପ୍ରଦର୍ଶନ ସହ ଡ୍ୟୁଟିରେ ଥିବା ଅବକାରୀ ଅଫିସରଙ୍କୁ ଅଟକାଇବା ସହ ଧମକ ଦେବା ଅଭିଯୋଗ ହୋଇଛି । ଏମିତିକି ମହିଳା ଏକ୍ସାଇଜ୍ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ । ଏ ନେଇ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀ ଏବଂ ବାର୍ ଲାଇସେନ୍ସ ରଦ୍ଦ ପାଇଁ ବିଭାଗକୁ ଚିଠି ଲେଖିବାକୁ ମଧ୍ୟ କହିଛନ୍ତି । ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ  "ରେନ୍ ଦ କ୍ଲବ୍"ର ମାଲିକ ସତ୍ୟ ମହାନ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ସେପଟେ ଡ୍ୟୁଟିରେ ଥିବା ଅବକାରୀ ଅଫିସରଙ୍କୁ ଏପରି ବ୍ୟବହାର ପରେ ରାଜଧାନୀରେ ଆଲୋଡନ ସୃଷ୍ଟି ହୋଇଛି ।

You Can Read:

ଗୋବର୍ଦ୍ଧନ ପୀଠ ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶଙ୍କରାଚାର୍ଯ୍ୟଙ୍କୁ ଭେଟି ନେଲେ ଆଶୀର୍ବାଦ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.