IPL ନିଲାମରେ ଏହି ୩ ଖେଳାଳିଙ୍କୁ କିଣିବା ପାଇଁ କୌଣସି ବି ସ୍ଥିତିକୁ ଯାଇପାରେ CSK

NEWS7
women--alleges-misbehaviour-at-capital-hospital-

ନୂଆଦିଲ୍ଲୀ: IPL 2026 ଆଇପିଏଲ୍ ୨୦୨୬ ପାଇଁ ଡିସେମ୍ବର ୧୬ରେ ଆବୁଧାବିରେ ହେବାକୁ ଯାଉଛି ମିନି ନିଲାମ।ଚେନ୍ନାଇ ସୁପର କିଙ୍ଗ୍ସ ପର୍ସରେ ରହିଛି ସବୁଠୁ ଅଧିକ ଟଙ୍କା। ଦଳ ପାଖରେ ରହିଛି ୪୩.୪ କୋଟି ଟଙ୍କା। ଏଥିରେ ଦଳ ସର୍ବାଧିକ ୯ ଖେଳାଳି କିଣି ପାରିବ। ସିଏସକେ ଦଳରେ ବର୍ତ୍ତମାନ ୪ ବିଦେଶୀ ଖେଳାଳି ଅଛନ୍ତି। ମିନି ନିଲାମରେ ଦଳ ସର୍ବାଧିକ ୪ ବିଦେଶୀ ଖେଳାଳି କିଣି ପାରିବ। ଚାଲନ୍ତୁ ଜାଣିବା କେଉଁ ତିନି ଖେଳାଳି CSKର ଟାର୍ଗେଟରେ ରହିଛି।

ଲିୟାମ ଲିଭିଙ୍ଗଷ୍ଟୋନ

ଇଂଲଣ୍ଡର ଅଲରାଉଣ୍ଡର ଲିୟାମ ଲିଭିଙ୍ଗଷ୍ଟୋନଙ୍କ ମୂଳ ମୂଲ୍ୟ ବା ପ୍ରେସ ପ୍ରାଇସ୍ ୨ କୋଟି ଟଙ୍କା ରହିଛି। ଗତ ବର୍ଷ ଲିଭିଙ୍ଗଷ୍ଟୋନ ଡିଫେଣ୍ଡିଂ ଚାମ୍ପିଅନ ଆରସିବିର ଥିଲେ। ମାତ୍ର ଆରସିବି ତାଙ୍କୁ ଦଳରୁ ରିଲିଜ୍ କରିଛି। ଏବେ ସିଏସକେର ନଜର ତାଙ୍କ ଉପରେ ରହିଛି। କାରଣ ଦଳ ଏକ ଦମଦାର ଫିନିସରର ସନ୍ଧାନରେ ରହିଛି। ଏମଏସ ଧୋନୀ ଆଗାମୀ ସଂସ୍କରଣ ଖେଳିଲେ ମଧ୍ୟ ଦଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନେଇପାରେ।

୩୨ ବର୍ଷୀୟ ଲିଆମ୍ ଲିଭିଙ୍ଗଷ୍ଟୋନ IPLରେ ୧୧୨ ମ୍ୟାଚ୍ ଖେଳି ୧୦୫୧ ରନ୍ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୫୮.୭୬ ରହିଛି। ଲିଭିଙ୍ଗଷ୍ଟୋନଙ୍କ ଆଇପିଏଲରେ ୧୩ଟି ୱିକେଟ୍ ମଧ୍ୟ ଅଛି। ସେ ସିଏସକେ ପାଇଁ ସ୍ପିନ ବୋଲିଂର ଭଲ ବିକଳ୍ପ ହୋଇ ପାରିବେ।

ରବି ବିଷ୍ଣୋଇ

ଗତ ବର୍ଷ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ପକ୍ଷରୁ ଖେଳିଥିବା ରବି ବିଷ୍ଣୋଇ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସର ନଜରରେ ରହି ପାରନ୍ତି। ସିଏସ୍କେ ଏକ ଭଲ ସ୍ପିନରଙ୍କ ସନ୍ଧାନରେ ରହିଛି। ରବିଙ୍କ ବେସ୍ ପ୍ରାଇସ୍ ତଥା ମୂଳ ମୂଲ୍ୟ ୨ କୋଟି ଟଙ୍କା ରହିଛି।

୨୦୨୦ ମସିହାରୁ ଆଇପିଏଲ୍ରେ ଖେଳୁଥିବା ରବି ବିଷ୍ଣୋଇ ଦୁଇଟି ଦଳ (ପିବିକେଏସ୍ ଏବଂ ଏଲ୍ଏସ୍ଜି) ପାଇଁ ୭୭ଟି ମ୍ୟାଚ୍ ଖେଳି ୭୨ଟି ୱିକେଟ୍ ନେଇଛନ୍ତି। ସେ ଡେଥ୍ ଓଭରରେ ବ୍ୟାଟରଙ୍କୁ ରୋକିବାରେ ବି ସଫଳ ହୁଅନ୍ତି। ତେଣୁ ସିଏସକେ ତାଙ୍କୁ କିଣିବାକୁ ଆଗ୍ରହୀ।

ମ୍ୟାଟ୍ ହେନରି

ନ୍ୟୁଜିଲାଣ୍ଡ୍ ବୋଲର ମ୍ୟାଟ୍ ହେନରିଙ୍କୁ ମଧ୍ୟ ନିଜ ଟିମରେ ସାମିଲ୍ କରିବାକୁ ଚେନ୍ନାଇ ସୁପର କିଙ୍ଗ୍ସ ବିଚାର କାରିପାରେ। ହେନ୍ରିଙ୍କ ମୂଳ ମୂଲ୍ୟ ବା ବେସ୍ ପ୍ରାଇସ୍ ମଧ୍ୟ ୨ କୋଟି ଟଙ୍କା ରହିଛି। ୩୩ ବର୍ଷୀୟ ହେନରୀ ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପାଇଁ ଖେଳିଛନ୍ତି। ଯଦିଓ ତାଙ୍କର ଆଇପିଏଲ୍ କ୍ୟାରିୟର ବିଶେଷ ପ୍ରଭାବଶାଳୀ ନଥିଲା, ସେ ସମ୍ପ୍ରତି ଭଲ ବୋଲିଂ କରୁଛନ୍ତି।

ସିଏସକେ ୧୬ ଜଣ ଖେଳାଳିଙ୍କ ପାଇଁ ୮୧.୬ କୋଟି ଖର୍ଚ୍ଚ କରିଛି। ଆଇପିଏଲ୍ ୨୦୨୬ ନିଲାମ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ମୋଟ ୧୬ ଜଣ ଖେଳାଳିଙ୍କୁ ଦଳରେ ରଖି ବାକି ଖେଳାଳିଙ୍କୁ ରିଲିଜ୍ କରିଛି। ଦଳ ସଞ୍ଜୁ ସାମସନଙ୍କୁ ରାଜସ୍ଥାନଠୁ ଟ୍ରେଡ କରି ରବୀନ୍ଦ୍ର ଜାଡ଼େଜାଙ୍କୁ ଛାଡ଼ିଛି। CSK ପାଖରେ ବର୍ତ୍ତମାନ ୪୩.୪ କୋଟି ଟଙ୍କା ରହିଛି।

ଚେନ୍ନାଇ ସୁପର କିଙ୍ଗସ ରିଟେନସନ୍ ତାଲିକା

ଭାରତୀୟ: ଋତୁରାଜ ଗାୟକ୍ଵାଡ଼ (ଅଧିନାୟକ), ଏମ୍ଏସ୍ ଧୋନି, ଅଂଶୁଲ କମ୍ବୋଜ, ଗୁରଜପନୀତ ସିଂହ, ମୁକେଶ ଚୌଧୁରୀ, ରାମକୃଷ୍ଣ ଘୋଷ, ଶିବମ୍ ଦୁବେ, ଶ୍ରେୟସ ଗୋପାଳ, ସୟଦ ଖଲିଲ୍ ଅହମ୍ମଦ, ଆୟୁଷ ମହାତ୍ରେ, ଉର୍ଭିଲ ପଟେଲ, ସଞ୍ଜୁ ସାମସନ।

ବିଦେଶୀ ଖେଳାଳି- ଜେମି ଓଭରଟନ, ନାଥନ ଏଲିସ, ନୂର ଅହମ୍ମଦ, ଡିଓ୍ଵାର୍ଲ୍ଡ ବ୍ରେଭିସ।