LIVE TV
LIVE TV

ଡିସେମ୍ବରରେ ଭାରତ ଆସିବେ ପୁଟିନ, ଆହୁରି ମଜବୁତ ହେବ ଦୁଇ ଦେଶର ସମ୍ପର୍କ

NEWS7
women-burnts-alive-after-fire-breaks-out-shop-at-kendrapada-

ନୂଆଦିଲ୍ଲୀ, ୨୮/୧୧: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆସିବେ ଭାରତ । ଡିସେମ୍ବର ମାସର ପ୍ରଥମ ସପ୍ତାହରେ ସେ ଭାରତ ଗସ୍ତରେ ଆସିବେ ବୋଲି ଜଣାପଡିଛି । ଏନେଇ ଋଷିଆର ଅନେକ ଗଣମାଧ୍ୟମ ପକ୍ଷରୁ ଖବର ପ୍ରକାଶ ପାଇଛି ।

ମିଡିଆ ରିପୋର୍ଟ ଅନୁସାରେ, କ୍ରେମଲିନ୍ ପୁଟିନଙ୍କ ଭାରତ ଗସ୍ତ ସ୍ପଷ୍ଟ କରିଛି । ସେ ଡିସେମ୍ବର ୪ ଏବଂ ୫ ତାରିଖରେ ଭାରତ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି କୁହାଯାଉଛି । ପୂର୍ବରୁ ମୋଦୀ ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ ।

ଗତ କିଛି ଦିନ ଧରି ଭାରତ ଏବଂ ଋଷିଆର ସମ୍ପର୍କ ମଜବୁତ ହୋଇଛି । ଆମେରିକାର ଟାରିଫ୍ ଓ୍ୱାରକୁ ଚେକ୍ ଦେବାକୁ ଦୁଇ ଦେଶ ଏକାଠି ହୋଇଥିଲେ । ଏହାସହ ଋଷିଆରୁ ଭାରତ ଲଗାତାର ଭାବେ ତୈଳ ଆମଦାନୀ କରିଥାଏ । ଯାହାକୁ ୟୁଏସ ବିରୋଧ କରି ଆସିଛି ।

ଗତ ଅଗଷ୍ଟ ମାସରେ ପୁଟିନଙ୍କ ଭାରତ ଗସ୍ତ ନେଇ ଘୋଷଣା ହୋଇଥିଲା । ମସ୍କୋ ଗସ୍ତରେ ଏନଏସଏ ଅଜିତ ଡୋଭାଲ ଯିବା ପରେ କ୍ରେମଲିନ୍ ଗସ୍ତ ବାବଦରେ ସୂଚନା ଦେଇଥିଲା ।କିନ୍ତୁ ସେତେବେଳେ ତାରିଖ ବାବଦରେ କିଛି କୁହାଯାଇନଥିଲା । ଏହାପରେ ଏସସିଓ ସମ୍ମିଳନୀରେ ମୋଦୀ ଏବଂ ପୁଟିନ ସାକ୍ଷାତ କରିଥିଲେ । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୁଇ ନେତା ଆଲୋଚନା କରିଥିଲେ ।