ନଦୀ ହୁଡ଼ାରୁ ମିଳିଲା ମହିଳାଙ୍କ କଙ୍କାଳ, ସ୍ୱାମୀଙ୍କୁ ଅଟକ ରଖି ଜେରା କରୁଛି ପୋଲିସ

Published By : Prameya-News7 Bureau | April 20, 2025 IST

ଭଦ୍ରକ ୨୦।୦୪ : ନଦୀ ହୁଡ଼ାରୁ ମିଳିଲା ମହିଳାଙ୍କ କଙ୍କାଳ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି କଳାହାଣ୍ଡିଆ ଗାଁ ନିକଟ କପାଳୀ ନଦୀ ନିକଟରୁ ଏହି କଙ୍କାଳ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । 

ଖବର ଅନୁଯାୟୀ, ବନ୍ତ ଥାନା ସେଣ୍ଡତୀରା ପଞ୍ଚାୟତ ଫୁଲଗଡ଼ିଆ ଗାଁର ନାଜିର ମୁଣ୍ଡାଙ୍କ ଝିଅ ରାଧା ମୁଣ୍ଡାଙ୍କୁ କଳାହାଣ୍ଡିଆ ଗାଁର ରାମ ବେହେରା ୪ ବର୍ଷ ପୂର୍ବେ ୨ୟ ବିବାହ କରିଥିଲେ l କୌଣସି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲେ । ହେଲେ ଗତ କିଛି ଦିନ ହେବ ରାଧା ନିଖୋଜ ଥିଲେ l  ରାଧାଙ୍କ ପରିବାର ଲୋକେ କୌଣସି ସୂତ୍ରରୁ ଝିଅର ମୃତଦେହ କଳାହାଣ୍ଡିଆ ଗାଁ ସାଳନ୍ଦୀ ନଦୀ ନିକଟରେ ପଡ଼ିଥିବାର ଖବର ପାଇଥିଲେ । ଏହାପରେ ନିକଟସ୍ଥ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହାସହ ରାଧାଙ୍କ ସ୍ୱାମୀ ରାମ ବେହେରାଙ୍କୁ ଥାନାରେ ଆଣି ଅଟକ ରଖି ଜେରା କରୁଛି । ବର୍ତ୍ତମାନ ଯାଏଁ କିଛି ସଠିକ୍‌ କାରଣ ଜଣାପଡିନଥିବା ବେଳେ କେନ୍ଦୁଆପଦା ଫାଣ୍ଡି, ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ, ସାଇଣ୍ଟିଫି୍କ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.