ପୁରୁଷଙ୍କ ପରେ ମହିଳା ହକି ଇଣ୍ଡିଆ ଲିଗ୍‌; ରାଞ୍ଚିରେ ଓଡ଼ିଶା ୱାରିୟର୍ସ ଓ ଦିଲ୍ଲୀ ଏସ୍‌ଜି ଟକ୍କର

Published By : Prameya-News7 Bureau | January 12, 2025 IST

ଭୁବନେଶ୍ବର ୧୨।୧: ରବିବାର ଠାରୁ ରାଞ୍ଚିରେ ଆରମ୍ଭ ହେବ ମହିଳା ହକି ଇଣ୍ଡିଆ ଲିଗ୍‌ । ଉଦ୍‌ଘାଟନୀ ଲଢ଼େଇ ଓଡ଼ିଶା ୱାରିୟର୍ସ ଓ ଦିଲ୍ଲୀ ଏସ୍‌ଜି ପିପର୍ସ ମଧ୍ୟରେ ଖେଳାଯିବ ।  ପୂର୍ବରୁ ପୁରୁଷ ବର୍ଗରେ ହକି ଇଣ୍ଡିଆ  ଲିଗ୍‌ ଖେଳାଯାଉଥିଲା ଏବଂ ୨୦୧୭ ଠାରୁ  ସ୍ଥଗିତ ରହିଥିଲା । ୭ ବର୍ଷ ପରେ ପୁଣି ଥରେ  ଲିଗ ଆରମ୍ଭ କରାଯିବା ନେଇ ଚୂଡ଼ାନ୍ତ ହେବା ପରେ ମହିଳା ଲିଗ୍‌କୁ ଏଥିରେ ସାମିଲ କରାଯାଇଥିଲା । ଚଳିତ ବର୍ଷ ଅର୍ଥାତ୍ ଆଜିଠୁ ମହିଳା ହକି ଇଣ୍ଡିଆ ଲିଗ୍‌ର ଶୁଭାରମ୍ଭ ହେଉଛି ।

ପ୍ରଥମ ସଂସ୍କରଣରେ ମୋଟ୍‌ ୪ଟି ଦଳ ଭାଗ ନେଇଛନ୍ତି । ସେମାନେ ହେଲେ ଦିଲ୍ଲୀ ଏସ୍‌ଜି ପିପର୍ସ,  ଓଡ଼ିଶା ୱାରିୟର୍ସ, ରାହ ବେଙ୍ଗଲ ଟାଇଗର୍ସ ଏବଂ  ସୁରମା ହକି କ୍ଲବ । ଲିଗ୍‌ରେ ୧୨ରୁ ଆରମ୍ଭ  ହୋଇ ୨୬ ତାରିଖରେ ଶେଷ ହେବ ।  ପଏଣ୍ଟ ଟେବୁଲର ଶ୍ରେଷ୍ଠ ୨ଟି ଦଳ ଫାଇନାଲ ଖେଳିବେ । ଉଦ୍‌ଘାଟନୀ ମ୍ୟାଚ୍‌କୁ ନେଇ ଦର୍ଶକ ଉତ୍ସାହିତ ରହିଛି । ମହିଳା ହକିରେ ଶ୍ରେଷ୍ଠ ପ୍ରତିଯୋଗିତା ଦେଖିବା ନେଇ ସେମାନେ ଅପେକ୍ଷା କରିଛନ୍ତି । ଟୁର୍ଣ୍ଣାମେଣ୍ଟର ୨ଟି ମ୍ୟାଚ୍‌ ରାଉରକେଲା  ଏବଂ ଅବଶିଷ୍ଟ ସମସ୍ତ ମ୍ୟାଚ୍‌ରେ  ରାଞ୍ଚିରେ ଖେଳାଯିବାର ସୂଚୀ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.