ସମ୍ ହସ୍ପିଟାଲ୍‌ର ଫୁଲନଖରା କ୍ୟାମ୍ପସ୍‌ରେ ବିଶ୍ୱ ଏଏମ୍‌ଆର୍ ସଚେତନତା ସପ୍ତାହ ପାଳିତ

Published By : Prameya-News7 Bureau | November 23, 2024 IST

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ, ଫୁଲନଖରା   କ୍ୟାମ୍ପସ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠାନର  ମାଇକ୍ରୋବାୟୋଲୋଜି ବିଭାଗ ତରଫରୁ ବିଶ୍ୱ ଏଏମ୍‌ଆର୍ ସଚେତନତା ସପ୍ତାହ ପାଳନ କରାଯାଇଛି । ଚଳିତ ବର୍ଷର ଥିମ୍ “ଏଜୁକେଟ୍‌, ଆଡଭୋକେଟ୍ ଆଣ୍ଡ ଆକ୍ଟ ନାଓ” ଜରିଆରେ ଲୋକମାନଙ୍କୁ ଆଟିଂବାୟୋଟିକ୍ ବ୍ୟବହାର  ଶିକ୍ଷିତ କରାଇବା ଜରୁରୀ ବୋଲି ଗୁରୁତ୍ୱ ଆରୋପ କରାଯାଇଛି ।

କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନଜିତ୍ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଆଂଟିବାୟୋଟିକ୍ ସେବନ କରିବା ଯେତିକି ମାତ୍ରାରେ ଭଲ ସେତିକି ମାତ୍ରାରେ ମଧ୍ୟ ମନ୍ଦ । ଏହାକୁ ଅଧିକ ମାତ୍ରାରେ ସେବନ କଲେ ମଣିଷ ପାଇଁ ହାନିକାରକ ହୋଇଥାଏ ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ କହିଥିଲେ ଯେ  ନଭେମ୍ବର ୧୮ ତାରିଖ ଠାରୁ ୨୪ ପର୍ଯ୍ୟନ୍ତ ବିଶ୍ୱ ଏଏମ୍‌ଆର୍ ସଚେତନତା ସପ୍ତାହ ପାଳନ ହୋଇଥାଏ । ଏହି ସପ୍ତାହ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ଆଂଟିବାୟୋଟିକ୍   ସେବନ ଉପରେ ସଚେତନତା ସୃଷ୍ଟି କରିବା । ସବୁ ହସ୍ପିଟାଲମାନଙ୍କର  ଆଟିଂବାୟୋଟିକ୍ ପଲିସି ରହିବା ଜରୁରୀ ବୋଲି ପ୍ରଫେସର (ଡାକ୍ତର) ସ୍ୱାଇଁ କହିଥିଲେ ।

ଏହି ଅବସରରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ସମ୍ ଅଲ୍ଟିମେଟ୍ ମେଡିକେୟାରର  ମାଇକ୍ରୋବାୟୋଲୋଜି ବିଭାଗର ମୁଖ୍ୟ ଓ ସିନିୟର୍ କନ୍‌ସଲାଂଟ ଡାକ୍ତର ପୂରବୀ ବରାଳ ଆଂଟିବାୟୋଟିକ୍ ବ୍ୟବହାର   ବିଷୟରେ ବିସ୍ତୃତ ତଥ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ରଙ୍ଗୋଲି, ପୋଷ୍ଟର ଓ ରିଲସ୍ ପ୍ର୍ରତିଯୋଗିତାରେ କୃତି ପ୍ର୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ମାଇକ୍ରୋବାୟୋଲୋଜି ବିଭାଗର ମୁଖ୍ୟ ଓ ଲ୍ୟାବ୍ ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ଦେବାଶିଷ ସାହୁ  ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମାଇକ୍ରୋବାୟୋଲୋଜି ବିଭାଗର   ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) କ୍ରିତିକା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.