ବେଜିଂ: ଆହୁରି ଶକ୍ତିଶାଳୀ ଓ ଧନୀ ହୋଇଯିବ ଚୀନ। ପାଖ ମାଡ଼ି ପାରିବନି ଭାରତ। କାରଣ ଚୀନରେ ମିଳିଛି ସୁନା ଖଣି। ସେଣ୍ଟ୍ରାଲ ଚୀନରେ ଯେଉଁ ସୁନା ଭଣ୍ଡାର ମିଳିଛି ସେଥିରେ ପାଖାପାଖି ୧୦୦୦ ମେଟ୍ରିକ ଟନ୍ର ଉଚ୍ଚମାନର ସୁନା ପଥର ଗଚ୍ଛିତ ହୋଇ ରହିଥିବା ଅନୁମାନ କରାଯାଉଛି। ଏନେଇ ଚୀନ ମିଡିଆରେ ଖବର ପ୍ରକାଶ ପାଇଛି। ଗଚ୍ଛିତ ସୁନାର ମୂଲ୍ଯ ପାଖାପାଖି ୮୩ ବିଲିଅନ ଅମେରିକୀୟ ଡଲାର ହେବ ବୋଲି ଆକଳନ କରାଯାଇଛି।
ସମ୍ଭବତଃ ଏହା ବିଶ୍ୱର ସବୁଠାରୁ ବଡ଼ ସୁନା ଖଣି ହୋଇପାରେ। କାରଣ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାର ସାଉଥ ଡିପ ଖଣି ୯୦୦ ମେଟ୍ରିକ ଟନ୍ ସୁନା ଭଣ୍ଡାର ସହିତ ବିଶ୍ୱର ସର୍ବବୃହତ ସୁନା ଖଣିର ଆଖ୍ୟା ଲାଭ କରିଛି। ହେଲେ ସେଣ୍ଟ୍ରାଲ୍ ଚୀନରେ ଯେଉଁ ଖଣିର ଠିକଣା ମିଳିଛି, ସେଥିରେ ୧୦୦୦ ମେଟ୍ରିକ ଟନର ଉନ୍ନତମାନର ସୁନା ପଥର ଥାଇପାରେ ବୋଲି ସନ୍ଦେହ। ଯଦି ଅନୁମାନ ସତ ହେଲା ତେବେ ଏହା ହେବ ବିଶ୍ୱର ସବୁଠାରୁ ବଡ଼ ସୁନା ଖଣି।
ଚୀନ ମିଡିଆରେ ପ୍ରକାଶିତ ଖବର ଅନୁସାରେ, ହୁନାନ ଅଞ୍ଚଳର ଭୂବୈଜ୍ଞାନିକଙ୍କ ସୂଚନା ଅନୁସାରେ ଏହି ସୁନା ଭଣ୍ଡାର ପିଙ୍ଗଜିଆଙ୍ଗ କାଉଣ୍ଟିରେ ମିଳିଛି। ଏଠାରେ ଭୂବୈଜ୍ଞାନିକମାନେ ୪୦ଟି ସୁନା ଶ୍ରୋତ ଖୋଜି ପାଇଛନ୍ତି। ୨ କିମି ଗଭୀର ପର୍ଯ୍ୟନ୍ତ ଏହି ସୁନା ଶ୍ରୋତ ଲମ୍ବିଛି। ପ୍ରାଥମିକ ଯାଞ୍ଚରୁ ଏହା ଜଣାପଡ଼ିଛି ଯେ ପ୍ରତ୍ୟୋକ ସୁନା ଶ୍ରୋତରେ ୩୦୦ ମେଟ୍ରିକ ଟନ୍ର ସୁନା ରହିଛି। ଉନ୍ନତମାନର ୩ଡି ମଡେଲିଂରୁ ଏହା ଅନୁମାନ କରାଯାଉଛି ଯେ ସମ୍ଭବତଃ ୩ କିମି ପର୍ଯ୍ଯନ୍ତ ବିପୁଳ ପରିମାଣରେ ସୁନା ଗଚ୍ଛିତ ହୋଇ ରହିଛି।
ଭୂବୈଜ୍ଞାନିକଙ୍କ ଟିମ୍ର ଜଣେ ସଦସ୍ୟ ଚିନେ ରୁଲିନ କହିଛନ୍ତି ଯେ ପଥରରେ ହୋଇଥିବା ଗର୍ତ୍ତ ଭିତରେ ସୁନାର ଉପସ୍ଥିତି ଦେଖିବାକୁ ମିଳିଛି। ସୁନା ପଥର ପ୍ରତ୍ୟେକ ମେଟ୍ରିକ ଟନ୍ରେ ୧୩୮ ଗ୍ରାମର ସୁନା ଗଚ୍ଛିତ ରହିଥାଇପାରେ। ଖଣିରୁ ମିଳିଥିବା ପଥରେ ୮ ଗ୍ରାମରୁ ଅଧିକ ସୁନା ମିଳିଲେ ଏହାକୁ ସାଧାରଣତ ଉନ୍ନତମାନର ବୋଲି କୁହାଯାଏ। ହେଲେ ଚୀନରେ ଏହି ସଂଖ୍ଯା ଠାରୁ ବହୁ ଅଧିକ ସୁନା ମିଳିବ ବୋଲି ସେଠାକେର ମିଡିଆରେ ଖବର ପ୍ରକାଶ ପାଇଛି।
ଚୀନରେ ଏତେମାତ୍ରାରେ ସୁନା ମିଳିବା ପରେ ଏହି ମୂଲ୍ୟବାନ ଧାତୁ ଡ୍ରାଗନକୁ ଆହୁରି ଶକ୍ତିଶାଳୀ କରିଦେବ। ଏମିତିରେ ବି ସୁନା ବଜାରରେ ଚୀନର ପ୍ରଭାବ ରହିଛି। ବିଶ୍ୱ ସୁନା ଉତ୍ପାଦନରେ ଚୀନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶ୍ୱର ମୋଟ ସୁନା ଉତ୍ପାଦନରେ ୧୦ ପ୍ରତିଶତ ଭାଗ ଚୀନର। ୨୦୨୪ ଆରମ୍ଭରେ ଚୀନର ସୁନା ଭଣ୍ଡାର ୨୦୦୦ ଟନରୁ ଅଧିକ ରହିଥିଲା।
ଚୀନରେ ଏତେମାତ୍ରାରେ ସୁନା ମିଳିବା ପରେ ଏହି ମୂଲ୍ୟବାନ ଧାତୁ ଡ୍ରାଗନକୁ ଆହୁରି ଶକ୍ତିଶାଳୀ କରିଦେବ। ଏମିତିରେ ବି ସୁନା ବଜାରରେ ଚୀନର ପ୍ରଭାବ ରହିଛି। ବିଶ୍ୱ ସୁନା ଉତ୍ପାଦନରେ ଚୀନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶ୍ୱର ମୋଟ ସୁନା ଉତ୍ପାଦନରେ ୧୦ ପ୍ରତିଶତ ଭାଗ ଚୀନର। ୨୦୨୪ ଆରମ୍ଭରେ ଚୀନର ସୁନା ଭଣ୍ଡାର ୨୦୦୦ ଟନରୁ ଅଧିକ ରହିଥିଲା।