କେନ୍ଦୁଝର ବଡଦାଣ୍ଡରେ ଗଡି଼ଲା ବିଶ୍ବର ସର୍ବ ବୃହତ ନନ୍ଦିଘୋଷ ରଥ

Published By : Prameya-News7 Bureau | July 07, 2024 IST

କେନ୍ଦୁଝର ୭।୭: କେନ୍ଦୁଝର ବଡଦାଣ୍ଡରେ ଗଡି଼ଲା ବିଶ୍ଵର ସର୍ବବୃହତ ରଥ ଜଗନ୍ନାଥଙ୍କର ନନ୍ଦିଘୋଷ ରଥ । କେନ୍ଦୁଝର ସହରର ପୁରୁଣା ବଜାର ଠାରେ ଜଗତରନାଥ ଜଗନ୍ନାଥଙ୍କର ରଥଯାତ୍ରା ପାଳିତ ହୋଇଛି । କେନ୍ଦୁଝର ମନ୍ଦିରର ନାଁ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ହୋଇଥିବା ବେଳେ ରଥର ନା ହେଉଛି ନନ୍ଦିଘୋଷ ରଥ । 

ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରଠାରୁ ବଡ ଭାଇ ପ୍ରଭୁ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସାନ ଭାଇ ଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ରଥ ଚାରିପଟେ ତିନି ଥର ପରିକ୍ରମା କରିବା ପରେ ରଥାରୁଢ ହୋଇଥିଲେ । କେନ୍ଦୁଝରର ଯୁବରାଜ ଧନୁର୍ଜ୍ଜୟ ନାରାୟଣ ଭଞ୍ଜଦେଓ ଛେରା ପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା । ରଥର ଗୋଟିଏ ଦଉଡି କେବଳ ମହିଳା ମାନେ ଟାଣିବାର ବ୍ୟବସ୍ଥା କରାଯାଇଥିଲା ଓ ମହିଳା ମାନେ ଅତି ଆନନ୍ଦର ସହ ରଥ ଟାଣିଥିଲେ । ଅପରାହ୍ନରେ ପାଗ ମେଘୁଆ ଥିବାରୁ ଭକ୍ତଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ପ୍ରାୟ ୫୦ ହଜାରରୁ ଅଧିକ ଭକ୍ତଙ୍କର ସମାବେଶ ହୋଇଥିଲା ଓ ଭକ୍ତ ମାନେ ରଥକୁ ଭକ୍ତିପୂତ ଭାବରେ ଟାଣିଥିଲେ । ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ପାଳନ କରିବା ସହ ସୁରକ୍ଷା ଦୃଷ୍ଟିରୁ ପ୍ରବଳ ପୋଲିସ ମୁତୟନ କରାଯାଇଥିଲା ।

You Can Read:

୨୪ ଘଣ୍ଟାରେ ଭିଜିବ ଉତ୍ତର ଓ ଦକ୍ଷିଣ ଓଡ଼ିଶା, ଆହୁରି ୫ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା !

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.