ମୋବାଇଲ୍ ଦେଖିବାକୁ ବାରଣ କଲେ ଘରଲୋକ, କୀଟନାଶକ ପିଇ ଆତ୍ମହତ୍ୟା କଲେ ଯୁବତୀ

Published By : Prameya-News7 Bureau | July 17, 2024 IST

ଆନନ୍ଦପୁର ୧୭: ବିଳମ୍ବିତ ରାତି ପର୍ଯ୍ଯନ୍ତ ମୋବାଇଲ ଦେଖୁଥିଲା ଝିଅ । ବାପା-ମା’ ବାରଣ କରିବାରୁ କୀଟନାଶକ ପିଇ ଆତ୍ମହତ୍ଯା କରିଦେଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ରତ୍ନମରା ଗାଁରେ । 

ମୃତ ଯୁବତୀ ପ୍ରତିଦିନ ବହୁ ସମୟ ଧରି ମୋବାଇଲ ଦେଖିଥାନ୍ତି । ଏହି କାରଣକୁ ନେଇ ଘର ଲୋକେ ତାଙ୍କୁ ବାରମ୍ବାର ବାରଣ କରୁଥିଲେ । ମାତ୍ର ଏହାର କୌଣସି ପ୍ରଭାବ ପଡିନଥିଲା । ଗତ ସୋମବାର ରାତିରେ ଏହି କାରଣକୁ କେନ୍ଦ୍ରକରି ଘରଲୋକେ ତାଗିଦ କରିବାରୁ ଯୁବତୀ ଜଣଙ୍କ ରାତିରେ ଘରେ ଥିବା କୀଟନାଶକ ଔଷଧ ପିଇଦେଇଥିଲେ । ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ସୋସୋ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ।

You Can Read:

ଖାଇବା ବେଳେ ମାଛ ତରକାରୀ ହେଇନି ବୋଲି ପଚାରିଲା ପୁଅ, ଟଙ୍କା ନାହିଁ କେଉଁଠୁ ଆଣିବି କହିବାରୁ ତଣ୍ଟି ଚିପି କଲା ହତ୍ୟା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.