ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ : ଜଣେ ଯୁବକ ଗିରଫ

Published By : Prameya-News7 Bureau | July 20, 2025 IST

କଳାହାଣ୍ଡି ୨୦।୭: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ l ନାରୀ ନିର୍ଯାତନାକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହେଉଥିବା ବେଳେ କଳାହାଣ୍ଡିରୁ ଏଭଳି ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି l କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କୁଟୁରୁ ଗ୍ରାମରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି l ଜଣେ ନାବାଳିକା ଗାଁ ନିକଟସ୍ଥ ଝରଣାକୁ ଗାଧୋଇବା ପାଇଁ ଯାଇଥିଲେ ।ନାବାଳିକାଙ୍କୁ ଏକୁଟିଆ ଥିବା ଦେଖି ସ୍ଥାନୀୟ ଗ୍ରାମ ବାଘଝରନ ପଡାର ଯୁବକ ନକୁଳ ବେହେରା ଜୋରଜବରଦସ୍ତ ଟେକି ନେଇ ଜଙ୍ଗଲ ମଧ୍ୟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି l ସେହି ସମୟରେ ସେହି ସ୍ଥାନକୁ ଜଣେ ବ୍ୟକ୍ତି ଆସିଯିବାରୁ ନକୁଳ ଚମ୍ପଟ ମାରିଥିଲା l ଘଟଣା ସମ୍ପର୍କରେ ପୀଡିତା ନାବାଳିକା ପରିବାର ଲୋକେ ଆମପାଣି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି l

You Can Read:

ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକୀୟ ସୁବିଧା ନିଶ୍ଚିତ କରାଯିବ, ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ପୀଡ଼ିତା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.