ମୁଣ୍ଡଳୀ ବ୍ରିଜ୍ରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ମତ୍ସ୍ୟଜୀବୀ ଓ ପୋଲିସ

Published By : Prameya-News7 Bureau | June 14, 2024 IST

ଭୁବନେଶ୍ବର ୧୪।୬: ମୁଣ୍ଡଳୀ ବ୍ରିଜରୁ ଡେଇଁଲେ ଯୁବକ । ବ୍ରିଜରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମତ୍ସ୍ୟଜୀବୀ ଓ ପୋଲିସ ଯୁବକଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାରକାରୀଙ୍କୁ ସମ୍ବର୍ଦ୍ଧିତ କରିବ ପୋଲିସ ।  

ସୂଚନାଯୋଗ୍ୟ ଯେ, ବାରଙ୍ଗ ଥାନା ଅନ୍ତର୍ଗତ ମଣ୍ଡଳୀ ବ୍ରିଜ ଉପରୁ ଜଣେ ଯୁବକ ଦିନବେଳେ ଡେଇଁ ପଡ଼ିଥିଲେ । ପାଣିରେ ପଡ଼ି ଯୁବକ ଜଣକ ଛଟପଟ ହେଉଥିବା ବେଳେ ସେଠାରେ ଥିବା ତିନି ଜଣ ମତ୍ସ୍ୟଜୀବୀ ତାଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ । ସ୍ଥାନୀୟ ପୋଲିସ ସେମାନଙ୍କୁ କଟକ ମେଡିକାଲ ପଠାଇଥିବା ବେଳେ ଯୁବକଙ୍କ ଜୀବନ ଏବେ ବିପଦମୁକ୍ତ ଅଛି । ଯୁବକ ଜଣଙ୍କ ରାଜନଗର ଥାନା କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ଜଣାପଡ଼ିଛି । ଯୁବକଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇ ଥିବା ତିନି ମତ୍ସ୍ୟଜୀବୀଙ୍କୁ ପୋଲିସ ସମ୍ବର୍ଦ୍ଧିତ କରିବ ବୋଲି ସୂଚନା ମିଳିଛି ।

You Can Read :

ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଗଲା କାର୍, ଜଣେ ଗୁରୁତର

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.