VIDEO: ପ୍ରଶଂସକଙ୍କ ସହ ହସି ହସି କଥା ହେଲେ ଗମ୍ଭୀର, ଅଟୋଗ୍ରାଫ୍ ବି ଦେଲେ

NEWS7
youth-critical-after-collision-between-scooty-and-truck

ନୂଆଦିଲ୍ଲୀ: ସବୁବେଳେ ଗମ୍ଭୀର ରହୁଥିବା ଗୌତମ ଗମ୍ଭୀରଙ୍କ ମିଜାଜ ବଦଳିଯାଇଛି । ଭାରତୀୟ ପୁରୁଷ କ୍ରିକେଟ ଟିମର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କର ଏକ ନୂଆ ଅବତାର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରଶଂସକଙ୍କ ହାଲଚାଲ୍ ପଚାରି ବୁଝୁଛନ୍ତି, ଅଟୋଗ୍ରାଫ୍ ବି ଦେଉଛନ୍ତି ଗମ୍ଭୀର । ପ୍ରଶଂସକଙ୍କ ପ୍ରତି ଗମ୍ଭୀରଙ୍କ ଏଭଳି ବ୍ୟବହାର ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଗମ୍ଭୀରଙ୍କ ଓଠରେ ହସ ଟିକେ ଦେଖିବାକୁ ବ୍ୟାକୁଳ ହେଉଥିବା ପ୍ରଶଂସକ ଏବେ ତାଙ୍କର ବ୍ୟବହାର ଦେଖି ଖୁସି ଯେତିକି, ଆଶ୍ଚର୍ଯ୍ୟ ବି ସେତିକି ।

ଫେବୃଆରୀ ୨୨ (ରବିବାର) ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମୁକାବିଲା ହେବାକୁ ଯାଉଛି । ଟି-୨୦ ବିଶ୍ବକପ ସୁପର ୮ ମୁକାବିଲାରେ ଏହି ଦୁଇ ଦଳ ସାମ୍ନାସାମ୍ନି ହେବେ । ଭାରତୀୟ ଟିମ୍ ଅଭ୍ୟାସ ମଧ୍ୟ ଜାରି ରଖିଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଶନିବାର ଗୌତମ ଗମ୍ଭୀର ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ କେତେ ଜଣ କ୍ରିକେଟ ପ୍ରଶଂସକଙ୍କୁ ନିଜ ଆଡ଼ୁ ଭେଟିଥିଲେ ଗମ୍ଭୀର । ଅଟୋଗ୍ରାଫ ଦେଉଥିବା ବେଳେ ସେମାନଙ୍କୁ ଗମ୍ଭୀର ପଚାରିଥିଲେ, ‘ଆରେ ୟାର, ଆପ୍ ହର ଭେନ୍ୟୁ ମେଁ ପହଞ୍ଚ ଯାତେ ହୋ, କୈସେ ମ୍ୟାନେଜ୍ କରତେ ହୋ ଇତନା ସବ୍ ? କାହାଁ ରେହତେ ହୋ ? ୟାହାଁ ପର କାହାଁ ରେହତେ ହୋ ?’ ଗମ୍ଭୀରଙ୍କ ପ୍ରଶ୍ନରେ ହସି ହସି ଜବାବ ମଧ୍ୟ ଦେଇଥିଲେ କ୍ରିକେଟ ପ୍ରଶଂସକ ।

 

ସେପଟେ ଗ୍ରୁପ୍ ଷ୍ଟେଜରେ ଅପରାଜେୟ ଥିବା ଡିଫେଣ୍ଡିଂ ଚାମ୍ପିଅନ୍ ଭାରତୀୟ ଦଳ ରବିବାର ଦକ୍ଷିଣ ଆଫ୍ରିକାକୁ ଭେଟିବ । ସୁପର ୮ର ଏହି ମୁକାବିଲାକୁ ନେଇ ଭାରତୀୟ ଟିମ୍ ସମେତ ପ୍ରଶଂସକଙ୍କ ଗହଣରେ ଖୁବ ଉତ୍ସାହ। ଏହା ପୂର୍ବରୁ ୨୦୨୪ରେ ଟି-୨୦ ବିଶ୍ବକପ୍ ଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟ୍ରଫି ଜିତିଥିଲା ଭାରତ । ରବିବାର ଦୁଇ ଟିମ୍ ଦୁଇ ମାସ ମଧ୍ୟରେ ଷଷ୍ଠ ଥର ଲାଗି ମୁହାଁମୁହିଁ ହେବେ । ତେଣୁ ଏହି ମ୍ୟାଚ୍ ରୋମାଞ୍ଚକର ହୋଇପାରେ ବୋଲି ଆଶା କରାଯାଉଛି ।

ଭାରତୀୟ ଟିମ୍ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଇଶାନ କିଶନ (ଓ୍ବିକେଟ କିପର), ଅଭିଷେକ ଶର୍ମା, ତିଳକ ବର୍ମା, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ, ସଞ୍ଜୁ ସାମସନ, ମହମ୍ମଦ ସିରାଜ, ଓ୍ବାଶିଂଟନ ସୁନ୍ଦର, ଅର୍ଶଦୀପ ସିଂହ ।

ଦକ୍ଷିଣ ଆଫ୍ରିକା ଟିମ୍ଆଡେନ ମାର୍କରମ (ଅଧିନାୟକ), କ୍ବିଣ୍ଟନ ଡି’କକ୍ (ଓ୍ବିକେଟ କିପର), ରିଆନ ରିକେଲଟନ୍, ଡେଓ୍ବାଲ୍ଡ ବ୍ରେଭିସ୍, ଟ୍ରିଷ୍ଟାନ ଷ୍ଟବ୍ସ, ଡେଭିଡ ମିଲର, ମାର୍କୋ ଜନସନ୍, କାଗିସୋ ରାବାଡା, ଲୁଙ୍ଗି ଏନଗିଡି, କେଶବ ମହାରାଜ, କର୍ବିନ ବୋସ୍, ଏନରିଚ୍ ନୋର୍ତଜେ, କ୍ବେନା ମପାଖା, ଜର୍ଜ ଲିଣ୍ଡେ, ଜେସନ୍ ସ୍ମିଥ ।