ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ଭୁଜାଲିରେ ହାଣିଲେ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | July 10, 2024 IST

ସାଲେପୁର ୧୦: କଟକ ଜିଲ୍ଲା ସାଲେପୁର ଥାନା ଛକ ନିକଟରେ ଥିବା ଏକ ମଦ ଦୋକାନ ସମ୍ମୁଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଭୁଜାଲିରେ ଆକ୍ରମଣ । ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କ ସାଲେପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତି ୯ଟା ସମୟରେ ସାଲେପୁର ଥାନା ଚନ୍ଦ୍ରାଦେଇପୁର ଗ୍ରାମର ସତ୍ୟଜିତ କର ଏବଂ ତାଙ୍କର କିଛି ସାଙ୍ଗ ମଦ ଦୋକାନ ସମ୍ମୁଖରେ ବସିଥିଲେ । ସେହି ସମୟରେ କିଛି ଯୁବକ ହଠାତ ଆସି ସତ୍ୟଜିତଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ମୁମୂର୍ଷୁ ଅବସ୍ଥାରେ ସତ୍ୟଜିତଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତାଙ୍କ ମୁଣ୍ଡ ହାତ ଓ ପିଠି ହଣା ଯାଇଥିବା ବେଳେ ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ କରୁଛି । 

ମଦ ଦୋକାନ ସମ୍ମୁଖରେ ମଦ ପିଇବା ନିୟମ ନଥିବା ବେଳେ ସାଲେପୁର ଅଞ୍ଚଳରେ ଥିବା ବିଭିନ୍ନ ମଦ ଦୋକାନ ସମ୍ମୁଖରେ ଖୁଲମଖୁଲା ଭିଡ଼ ଜମାଇ ମଦ ପିଇ  ଅନେକ ସମୟରେ ଅଶାନ୍ତ ପରିସ୍ଥିତି ଉପୁଜୁଛି । ଏଥିପ୍ରତି କୌଣସି କଟକଣା ନଥିବାରୁ ଅସାମାଜିକଙ୍କ ପ୍ରାଦୃଭାବ ବୃଦ୍ଧି ପାଉଛି ।

You Can Read:

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା : ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲେ ଦୁର୍ବୃତ୍ତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.