କାମାକ୍ଷାନଗର ୧।୧: ଗାଁ ଦାଣ୍ଡରେ ହାଣି ଖଣ୍ଡ ଖଣ୍ଡ କରି ଫିଙ୍ଗିଦେଲେ । ଢେଙ୍କାନାଳ ପରଜଙ୍ଗ ଥାନା ବସୋଇ ଗାଁରେ ଘଟିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ । ତଦନ୍ତ ଆରମ୍ଭ କଲା ପୋଲିସ ।
ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କୁ ଖଣ୍ଡାରେ ହାଣି ଗାଁ ଦାଣ୍ଡରେ ଖଣ୍ଡ ଖଣ୍ଡ କରି ଫିଙ୍ଗିଲା ହତ୍ୟାକାରୀ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମୃତକ ଜଣଙ୍କ ବସୋଇ ଗ୍ରାମର ରାକେଶ ସେଠୀ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ସରୋଜ ବିଶ୍ୱାଳ ଘଟଣାସ୍ଥଳରୁ ଫେରାର ଅଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
You Can Read:
ଡିଜି ପାହ୍ୟାକୁ ଗଲେ ୩ ଆଇପିଏସ୍ ଅଫିସର : ଆର.ପି. କୋଚେଙ୍କୁ ପଦୋନ୍ନତି