କରଞ୍ଜିଆ ୬/୦୩: ପରିତ୍ୟକ୍ତ କୂଅରୁ ମିଳିଲା ଯୁବକଙ୍କ ମୃତଦେହ । ହାତ ଗୋଡ ବନ୍ଧା ଅବସ୍ଥାରେ କେହି ଫିଙ୍ଗି ଦେଇଥିବା ସନ୍ଦେହ । ପୋଲିସର ଛାନ୍ଭିନ୍ । କରଞ୍ଜିଆ ରରୁଆଁ ଥାନା ତେରଣ୍ଟି ଗାଁରେ ଚାଞ୍ଚଲ୍ୟ ।
ମାଆ ତାରିଣୀ ଷ୍ଟିଲ ପ୍ଲାଣ୍ଟ ପଛପଟ କୂଅରୁ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନି । କେହି ଦୁର୍ବୃତ୍ତ ହତ୍ୟା କରି ଅଖାରେ ଭର୍ତ୍ତି କରିବା ପରେ କୂଅରେ ଫିଙ୍ଗି ଦେଇଥିବା ସନ୍ଦେହ କରୁଛି ପୋଲିସ ।