ଝାଉଁ ଜଙ୍ଗଲରେ ଝୁଲୁଛି ଯୁବକଙ୍କ ମୃତଦେହ, ପୋଲିସ ଖୋଜୁଛି କାରଣ

Published By : Prameya-News7 Bureau | September 17, 2024 IST

କୋଣାର୍କ ୧୭।୦୯ : ଝାଉଁ ଜଙ୍ଗଲରେ ଝୁଲୁଛି ଯୁବକଙ୍କ ମୃତଦେହ । ପୁରୀ-କୋଣାର୍କ ମୁଖ୍ୟ ରାସ୍ତାର ଇକୋରିଟ୍ରିଟ୍‌ ସମ୍ମୁଖ ବାଲୁଖଣ୍ଡ ଜଙ୍ଗଲ ନିକଟରୁ ଠାବ ହୋଇଛି ଯୁବକଙ୍କ ଝୁଲନ୍ତା ମୃତଦେହ । କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । 

ଖବର ଅନୁଯାୟୀ, ଶିମିଳି ପଞ୍ଚାୟତ ଶିମିଳି ଗାଁ କାଳନ୍ଦୀ ଚନ୍ଦ୍ରଭାଗା ଇକୋରିଟ୍ରିଟ୍‌ ଠାରେ ଦୀର୍ଘ ଦିନ ଧରି ବ୍ୟବସାୟ କରୁଥିଲେ । ସୋମବାର କାଳନ୍ଦୀ ଘରକୁ ଫେରିନଥିଲେ । ପରିବାର ଲୋକ ବ୍ୟସ୍ତବିବ୍ରତ ହୋଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ତଥାପରି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ପରିବାର ପକ୍ଷରୁ କୋଣାର୍କ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି । 

ସେପଟେ ପୋଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି । ରିପୋର୍ଟ ଆସିବା ପରେ ଏହି ହତ୍ୟା କି ଆତ୍ମହତ୍ୟା । ତାହା ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ମଧ୍ୟ ଜାରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.