ଆନନ୍ଦପୁର ୧୦।୭: ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ । ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଆଦିବାସୀ ଅଧ୍ୟୁଷିତ ତନେଇପାଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଆଦିବାସୀ ଅଧ୍ୟୁଷିତ ତନେଇପାଳ ଗାଁର ଅର୍ଜୁନ ବିରୂଆ ନାମକ ଯୁବକ ଘରେ ବିଦ୍ୟୁତ ତାର ସଜାଡୁଥିବା ସମୟରେ ଅଚାନକ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଘରେ ଛିଟିକି ପଡ଼ି ଚେତା ହରାଇଥିବା ବେଳେ ପରିବାର ଲୋକେ ଆମ୍ବୁଲାନ୍ସ ସହାୟତାରେ ତାଙ୍କୁ ଆଣି ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି ।
You Can Read:
ସରକାରୀ ଜମିକୁ ନେଇ ମହିଳାଙ୍କୁ ଛୁରାମାଡ଼, ବାହାରି ପଡିଲା ମହିଳାଙ୍କ ଅନ୍ତଃନଳୀ