ନଦୀକୁ ଡେଇଁ ଯୁବକ ନିଖୋଜ, ବ୍ରିଜ୍ ଉପରେ ରହିଛି ସାଇକେଲ-ମୋବାଇଲ

Published By : Prameya-News7 Bureau | September 23, 2024 IST

ଚୌଦ୍ୱାର ୨୩।୦୯ : ନଦୀକୁ ଡେଇଁଲେ ଯୁବକ । କଟକ ଜିଲ୍ଲା ବିରୂପା ବ୍ୟାରେଜ୍‌ ନିକଟରେ ସାଇକେଲ ଏବଂ ମୋବାଇ ରଖି ନଦୀକୁ ଡେଇଁପଡିଛନ୍ତି ଯୁବକ । ଜଗତପୁର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । 

ଖବର ଅନୁଯାୟୀ, ରବିବାର ରାତିରୁ ଚୌଦ୍ୱାର ୧୨ ନମ୍ବର ଓ୍ୱାର୍ଡର ପ୍ରଦୀପ କୁମାର ଦାସ ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା। ଶେଷରେ ସୋମବାର ଦିନ ବିରୂପା ବ୍ୟାରେଜ ନିକଟରେ ଏକ ସାଇକେଲ ଏବଂ ମୋବାଇଲ୍‌ ଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ଯୁବକ ଜଣକ ଯୁକ୍ତ ୩ ବାଣିଜ୍ୟ ଛାତ୍ର ବୋଲି ଜଣାପଡିଛି । ଜଗତପୁର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.