ଶୌଚ ହେବାକୁ ଯାଇ କେନାଲ ଭାସିଯାଇଥିଲେ ନାବାଳକ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ

Published By : Prameya-News7 Bureau | July 24, 2024 IST

ଯାଜପୁର ୨୪: ଶୌଚ ହେବାକୁ ଯାଇ କେନାଲ ଭାସିଗଲେ ନାବାଳକ । ନିଖୋଜ ନାବାଳକ ଜଣଙ୍କ ହେଲେ ଖଇରାବାଦ ଗ୍ରାମର ରମେଶ ଚନ୍ଦ୍ର ସାହୁଙ୍କ ୮ ବର୍ଷର ପୁଅ ବିଶ୍ଵ ରଞ୍ଜନ ସାହୁ । ଗ୍ରାମବାସୀଙ୍କ ପକ୍ଷରୁ ଖୋଜାଖୋଜି ଆରମ୍ଭ କରିଥିଲେ । ଦୀର୍ଘ ସମୟ ପରେ ବୁଡ଼ିଥିବା କିଛି ଦୂରରୁ ବାଳକଟିକୁ ଉଦ୍ଧାର କରିଥିଲେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ । 

ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ସଦର ଥାନା ଅନ୍ତର୍ଗତ ଖଇରାବାଦ ପଞ୍ଚାୟତ କଳିନ୍ଦ୍ରାବାଦ ଗ୍ରାମର ବିଶ୍ଵ ରଞ୍ଜନ ନିକଟରେ ଥିବା କେନାଲକୁ ଶୌଚ ହେବାକୁ ଯାଇଥିବା ସମୟରେ ପାଣି ଭିତରେ ଗୋଡ ଖସି ଯାଇଥିଲା । ଫଳରେ ବିଶ୍ଵ ଗଭୀର ସ୍ରୋତକୁ ଭାସିଯାଇଥିଲେ । ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ ଖୋଜାଖୋଜି କରିବାରୁ କିଛି ଦୂରରୁ ନାବାଳକକୁ ଉଦ୍ଧାର କରିଥିଲେ । ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

You Can Read:

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି : ସନ୍ଧ୍ୟା ୬ଟାରୁ ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.