ଅନ୍ଧବିଶ୍ବାସ ! ମାନସିକ ପୂରଣ ପାଇଁ ମନ୍ଦିର ପରିସରରେ ଜିଭ କାଟିଲେ ଭକ୍ତ

Published By : Prameya-News7 Bureau | July 17, 2024 IST

ଘଟଗାଁ ୧୭: କେନ୍ଦୁଝର ଜିଲ୍ଲା ଘଟଗାଁ ମା' ତାରିଣୀ ମନ୍ଦିର ପରିସରରେ ଜଣେ ଭକ୍ତ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଛନ୍ତି । ମାନସିକ ପୂରଣ ଲାଗି ଜିଭ କାଟିଦେଇ ଗୁରୁତର ଅବସ୍ଥାରେ ଘଟଗାଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଭକ୍ତ ଗଞ୍ଜାମ ଅଞ୍ଚଳର ବିଜୟ ପ୍ରଧାନ ବୋଲି ସୂଚନା ମିଳିଛି । ସେ ମା'ଙ୍କ ସ୍ବପ୍ନାଦେଶ ପାଇ ଜିଭ କାଟିଥିବା କୁହାଯାଉଛି । 

ଘଟଗାଁ ମା' ତାରିଣୀ ମନ୍ଦିର ପରିସରରେ ସନ୍ଧ୍ୟା ଆଳତୀ ସମୟରେ ନିଜର ଜିଭକୁ ଏକ ଧାରୁଆ ବ୍ଲେଡ୍‌ରେ କାଟି ଦେଇଥିଲେ । ମନ୍ଦିର କର୍ମଚାରୀ ମାନେ ସଂପୃକ୍ତ ଭକ୍ତଙ୍କୁ ଗୁରୁତର ଅବସ୍ଥାରେ ଘଟଗାଁ ମେଡିକାଲରେ ଭର୍ତ୍ତି କରିଥିଲେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

You Can Read:

କୁମ୍ଭୀର ଏବେ ଜନବସତି ମୁହାଁ, ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଯାଇଛି କୁମ୍ଭୀର ଛୁଆ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.