ମାଛ ଧରିବା ହେଲା କାଳ, ପୋଖରୀରେ ବୁଡି ଚାଲିଗଲା ଜୀବନ

Published By : Prameya-News7 Bureau | June 14, 2024 IST

ଆନନ୍ଦପୁର ୧୪/୬: ପୋଖରୀରେ ମାଛ ଧରୁଥିଲେ । ବୁଡିଗଲେ ୟୁଟ୍ୟୁବର । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଧାନଘର ଗାଁରେ ଅଭାବନୀୟ ଘଟଣା । ମୃତକ ସ୍ଥାନୀୟ ଅଞ୍ଚଳର ଅନୁରାଗ ଜେନା । ଗାଁ ପୋଖରୀରେ ମାଛ ଧରୁଥିବାବେଳେ ହଠାତ ବୁଡିଯାଇଥିଲେ ଅନୁରାଗ । ଗାଁ ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଅନୁରାଗ ଜଣେ ଜଣାଶୁଣା ୟୁଟ୍ୟୁବର । ସାନଭଉଣୀ ଗାର୍ଗୀ ସହ ସେ ଅନେକ ଶିକ୍ଷଣୀୟ ଓ ବ୍ୟଙ୍ଗ ଭିଡିଓ ୟୁଟ୍ୟୁବରେ ଅପଲୋଡ କରିଛନ୍ତି । ଗାର୍ଗୀ ସୋନୁ ବ୍ଲଗ ନାମରେ ଯୁଟ୍ୟୁବରେ ତାଙ୍କର ଅନେକ ଫଲୋଅର ଅଛନ୍ତି । ଅନୁରାଗଙ୍କ ଏପରି ଆକସ୍ମିକ ମୃତ୍ୟୁରେ ପରିବାର ,ସାଙ୍ଗସାଥୀ ଭାଙ୍ଗିପଡିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.