କୋଲକାତା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ CBIର ବଡ଼ ଆକ୍ସନ, ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବଂ SHO ଗିରଫ

Published By : Prameya-News7 Bureau | September 14, 2024 IST

India Today

ନୂଆଦିଲ୍ଲୀ: କୋଲକତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ଡାକ୍ତକଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସିବିଆଇ ବଡ଼ ଆକ୍ସନ ନେଇଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମେଡିକାଲ କେଲଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବଂ କୋଲକାତା ପୋଲିସର ଏସ୍‌ଏଚ୍‌ଓ ଅଭିଜିତ୍ ମଣ୍ଡଳଙ୍କୁ ଗିରଫ କରିଛି । କୋଲକାତା ବଳାତ୍କାର ଏବଂ ହତ୍ୟା ମାମଲାରେ ଏଫ୍‌ଆଇଆର୍‌ରେ ବିଳମ୍ୱ ଏବଂ ପ୍ରମାଣ ଗାଏବ କରିବା ଅଭିଯୋଗରେ ସନ୍ଦୀପ ଘୋଷକୁ ଗିରଫ କରାଯାଇଥିଲା । ଘୋଷ ସହ ତାଲା ପୋଲିସ ଷ୍ଟେସନରେ ଷ୍ଟେସନ ହାଉସ୍ ଅଫିସର (ଏସଏଚଓ) ଅଭିଜିତ୍ ମଣ୍ଡଳକୁ ଗିରଫ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ସନ୍ଦୀପ ଘୋଷକୁ ଆର୍ଥିକ ଅନିୟମିତତା ମାମଲାରେ ଗିରଫ କରାଯାଇଛି । ଏବେ ସିବିଆଇ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ବି ସନ୍ଦୀପ ଘୋଷକୁ ଗିରଫ କରିଛି । ଘୋଷ ସହ ସିବିଆଇ SHO ଅଭିଜିତ୍ ମଣ୍ଡଳଙ୍କୁ ମଧ୍ୟ ଗିରଫ କରାଯାଇଛି । ଆଜତକ୍ ସୂତ୍ରକୁ ନେଇ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ ଘୋଷ ଏବଂ ମଣ୍ଡଳଙ୍କୁ ପ୍ରମାଣ ନଷ୍ଟ କରିବା ଏବଂ ତଦନ୍ତକୁ ଦିଗହରା କରାଇବା ଅଭିଯୋଗରେ ଗିରଫ କରାଯାଇଛି ।

ସିସିଆଇ ସିନ୍ଦୀପ ଘୋଷର ପଲିଗ୍ରାଫ ଟେଷ୍ଟ ମଧ୍ୟ କରିଥିଲା । କୋଲକତା ହାଇକୋର୍ଟ ସିବିଆଇକୁ ଗତ ମାସରେ ଘଟଣାର ତଦନ୍ତର ପ୍ରଗତି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ତିନି ସପ୍ତାହ ସମୟ ଦେଇଥିଲା । ରିପୋର୍ଟ ସେପ୍ଟେମ୍ୱର ୧୭ରେ କୋର୍ଟରେ ଦାଖଲ କରାଯାଇପାରେ । ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କ ମୃତ ଦେହ ଅଗଷ୍ଟ ୯ରେ କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ୍ ସେମିନାର ହଲ୍‌ରୁ ମିଳିଥିଲା । ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା ଯେ ପୀଡ଼ିତାଙ୍କ ସହ ବଳପୂର୍ବକ ଦୁଷ୍କର୍ମ କରାଯାଇଥିଲା । ଏହି ଘଟଣାର ଗୋଟିଏ ଦିନ ପରେ କୋଲକାତା ପୋଲିସ ଅଭିଯୁକ୍ତ ସଂଜୟ ରାୟକୁ ଗିରଫ କରିଥିଲା । ଏହି ଘଟଣାରେ ହଜାର ହଜାର ଡାକ୍ତର ଏବଂ ନର୍ସିଂ ଷ୍ଟାଫଙ୍କ ପୀଡ଼ିତାଙ୍କୁ ନ୍ୟାୟ ଏବଂ ମେଡିକାଲ ଷ୍ଟାଫ୍‌ଙ୍କ ସୁରକ୍ଷା ଦାବି କରି ଧାରଣା ପ୍ରଦର୍ଶନ କରୁଛନ୍ତି ।

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.