‘ସୁଭଦ୍ରା’ ଯୋଜନାରେ ୧୫୭ ପୁରୁଷଙ୍କ ଆବେଦନ, ଆଧାର କାର୍ଡର ଲିଙ୍କ୍ ବ୍ୟାଙ୍କ୍ ଡାଟାରୁ ଖୁଲାସା

Published By : Prameya-News7 Bureau | January 22, 2025 IST

ଭୁବନେଶ୍ୱର ୨୨।୦୧ : ପୁରୁଷଙ୍କ ସୁଭଦ୍ରା ଆବେଦନ । ରାଜ୍ୟର ୧୫୭ ଜଣ ପୁରୁଷ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି। ଆଧାର କାର୍ଡର ବ୍ୟାଙ୍କ୍ ଲିଙ୍କ୍ ଡାଟା ଆସିବା ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁଭଦ୍ରା ଯୋଜନାରେ ଭୁଲବଶତଃ ସେମାନେ ଆବେଦନ କରିଥାଇପାରନ୍ତି । ଯୋଜନାରେ ଆବେଦନ କରିଥିବା ସମସ୍ତ ପୁରୁଷଙ୍କୁ ବାଦ୍ ଦିଆଯାଇଛି। ମହିଳାଙ୍କୁ ସ୍ଵାବଲମ୍ଵୀ କରିବାକୁ ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ରାଜ୍ୟ ସରକାର। ହେଲେ ଏହି ଯୋଜନାରେ ପୁରୁଷ ଆବେଦନ କରୁଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 


ସେହିପରି ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ମହିଳାମାନେ ‘ସୁଭଦ୍ରା’ ଯୋଜନାରେ ସାମିଲ ହୋଇପାରିବେ । ସରକାରୀ ସହାୟତା ବି ପାଇବେ । ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ସହ ସେମାନେ ବାହାରେ ରହି ବି ଯୋଡ଼ି ହୁଅନ୍ତୁ। ରାଜ୍ୟ ବାହାରରେ ରହୁଥିବା ମହିଳାମାନେ ଶୀଘ୍ର ଏଥିପାଇଁ ଆବେଦନ କରିବାକୁ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ।

ସୂଚନାନୁଯାୟୀ, ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ । ଏପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ପ୍ରାୟ ୮୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ସହାୟତା ରାଶି ଦେଲେଣି ସରକାର । ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଯୋଜନାରେ ସାମିଲ କରି କୋଟିଏ ହିତାଧିକାରୀ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । କିନ୍ତୁ ଆକାଉଣ୍ଟରେ ତାଳମେଳ ନ ରହିବା, କେୱାଇସି ଅପଡେଟ୍‌, ଅଜାଣତରେ ଅପ୍‌ଟ ଆଉଟ ଭଳି କାରଣ ପାଇଁ ବହୁ ହିତାଧିକାରୀଙ୍କୁ ସାମିଲ କରି ହେଉନି। ଏହାକୁ ଆଖିରେ ରଖି ମହିଳାଙ୍କୁ ଆଉ ଥରେ ସୁଯୋଗ ଦେବାକୁ ଡିସେମ୍ବର ପରିବର୍ତ୍ତେ ଜାନୁଆରୀ ଶେଷ ସପ୍ତାହରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବାକୁ ସରକାର ସ୍ଥିର କରିଛନ୍ତି ।

ନାଗା ଚୈତନ୍ୟଙ୍କ ପରେ ବର ସାଜିବେ ସାନ ଭାଇ ଅଖିଲ, ୯ ବର୍ଷ ବଡ ଜୈନବକୁ କରିବେ ବିବାହ


 

 

  • odisha
  • OdishaNews
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.