କଟକ ଜିଲ୍ଲାରେ ମାସକରେ ୨୨ କୋଭିଡ୍ ପଜିଟିଭ୍ ଚିହ୍ନଟ, ଘରୋଇ ହସ୍ପିଟାଲରେ ୫ ଜଣ ଚିକିତ୍ସିତ

Published By : Prameya-News7 Bureau | June 08, 2025 IST

କଟକ ୮କଟକ ଜିଲ୍ଲାରେ ମାସକ ଭିତରେ ୨୨ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୨୨ ଜଣଙ୍କ ମଧ୍ୟରୁ ଏବେ ୫ ଜଣ ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସମସ୍ତ ୨୨ ଆକ୍ରାନ୍ତ ଘରୋଇ ହସ୍ପିଟାଲରୁ ହିଁ ଚିହ୍ନଟ ହୋଇଥିବା କଟକ ସିଡ଼ିଏମ୍‌ଓ ପ୍ରଶାନ୍ତ ହୋତା ସୂଚନା ଦେଇଛନ୍ତି । 

ଅନ୍ୟ ୧୭ ଜଣ ସାମାନ୍ୟ ଥଣ୍ଡା, କାଶରେ ଆକ୍ରାନ୍ତ ଥିଲେ ଓ ସମସ୍ତେ ହୋମ୍ କ୍ବାରେଣ୍ଟାଇନରେ ଥିବା ସିଡ଼ିଏମ୍‌ଓ ସୂଚନା ଦେଇଛନ୍ତି । ଥଣ୍ଡା, କାଶ ଭଳି ଲକ୍ଷଣ ଥିଲେ ଜନଗହଳି ସ୍ଥାନକୁ ନଯିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପୁଣି ୭ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇସାରିଲେଣି । ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟ ୩୩ ରହିଛି । 

ସେପଟେ ଦେଶରେ ମଧ୍ୟ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ସୁଦ୍ଧା ୬ ହଜାର ପାର୍ ହେଲାଣି ପଜିଟିଭ୍ ସଂଖ୍ୟା । ଗତ ୨୪ ଘଣ୍ଟାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । 


You Can Read:

ସ୍ନାନ ପୂର୍ଣ୍ଣିମାରେ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ଉପରେ ଗୁରୁତ୍ବ, ମୁତୟନ ହେବେ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.