ଆଠଗଡ଼ ୨୬।୬: ଆଠଗଡ଼ ବ୍ଲକ୍ ସମ୍ମୁଖରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇ ପୋଲିସ କର୍ମଚାରୀ ଆହତ ହେବା ଘଟଣାରେ ଶତାଧିକ ମହିଳା ଓ ପୁରୁଷଙ୍କୁ ପୋଲିସ ଅଟକ ରଖିଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ନିରୀହ ଥିବା ଜଣାପଡ଼ିବା ପରେ ସେମାନଙ୍କୁ ଛାଡି ଦିଆଯାଇଛି । ୫୯ ଜଣଙ୍କୁ ଚିହ୍ନଟ କରି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏନେଇ ଆଠଗଡ଼ ଥାନା ଅଧିକାରୀ ସୁମତି ମହାନ୍ତି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖରେ ଆଠଗଡ଼ ପଞ୍ଚାୟତ ସମିତି ବୈଠକ ହେବାକୁ ଥିବାବେଳେ ପଞ୍ଚାୟତ ସମିତିର କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉଭୟ ପକ୍ଷରୁ ଅଣ୍ଡା ମାଡ଼ ଏବଂ ଢେଲାପଥର ମାଡ଼ ହେବା ପରେ କାର୍ଯ୍ୟାଳୟ ସମ୍ମୁଖରେ ରଣକ୍ଷେତ୍ର ପାଲଟି ଯାଇଥିଲା । ପୋଲିସ ପକ୍ଷରୁ ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ଉତ୍ତେଜନା ନକମିବାରୁ ଘଟଣାସ୍ଥଳରେ ୧୬୩ ଧାରା ଜାରି କରାଯାଇଥିଲା । ଏହା ସତ୍ତ୍ଵେ ମଧ୍ୟ ପରିସ୍ଥିତି ଅଣାୟତ୍ତ ହେବାରୁ ଉଭୟ ପକ୍ଷଙ୍କୁ ଘଉଡାଇବା ପାଇଁ ପୋଲିସ ପକ୍ଷରୁ ଲାଠି ଚାଳନା କରାଯାଇଥିଲା ।
You Can Read:
କୋଟିଆରେ ରଥ ଟାଣିବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସାମିଲ ହେବେ ଏକାଧିକ ମନ୍ତ୍ରୀ