ଛତ୍ରପୁର ୧।୭: ଛତୁ ଖାଇ ଅସୁସ୍ଥ । ଗୋଟିଏ ପରିବାରର ୮ ଜଣ ଅସୁସ୍ଥ ହୋଇଛନ୍ତି । ଗଞ୍ଜାମ ବ୍ଲକ୍ ସାତୁଳି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅସୁସ୍ଥ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ବ୍ଲକ୍ ସାତୁଳି ଗ୍ରାମର ଗୋଟିଏ ପରିବାର ବିଲରେ ଫୁଟିଥିବା ଛତୁ ଖାଇଥିଲେ । ଛତୁ ଖାଇବା ପରେ ପରିବାରର ୮ ଜଣ ଅସୁସ୍ଥ ହୋଇଥିଲେ । ଅସୁସ୍ଥ ୮ ଜଣକୁ ପ୍ରଥମେ ନିକଟସ୍ଥ ଖଣ୍ଡିଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅସୁସ୍ଥ ମାନେ ହେଲେ ସୁରଥ ସାହୁ, ସୁଶାନ୍ତି ସାହୁ, ଅମର ସାହୁ, ରାଜା ସାହୁ, ବିପନା ସାହୁ, ସୁଇଟି ସାହୁ, ସପନା ସାହୁ ଓ ସୁକୁରୁ ସାହୁ ।
ସୋମବାର ସେମାନେ ବିଲରୁ ଛତୁ ଆଣି ରୋଷେଇ କରି ଖାଇଥିଲେ । ପରେ ସମସ୍ତେ ଅସୁସ୍ଥ ହେବା ସହ ବାନ୍ତି କରିଥିଲେ । ତୁରନ୍ତ ସେମାନଙ୍କୁ ନିକଟସ୍ଥ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଦୁଇଟି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
You Can Read:
ବିଏମ୍ସି ଅଫିସ୍ରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ପ୍ରତିବାଦ : କାର୍ଯ୍ୟବନ୍ଦ କଲେ ସଫେଇ କର୍ମଚାରୀ