ଭୁବନେଶ୍ବର ୬।୪: କୋଇଲା ବଗିରେ ନିଆଁ । ଦୀର୍ଘ ୪ ଘଣ୍ଟା କସରତ ପରେ ଲିଭିଲା ନିଆଁ । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ନନ୍ଦନକାନନ ଥାନା ନିୟୁ ଭୁବନେଶ୍ବର ଷ୍ଟେସନରେ ଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗିଯାଇଥିଲା । ଖବର ପାଇ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ଚାରି ଘଣ୍ଟା ପରେ ନିଆଁ କାବୁ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଜଗି ରହିଛନ୍ତି ।
You Can Read:
ଭୋଜି ଖାଇବାକୁ ଯାଉଥିବା ବେଳେ ଦୁର୍ଘଟଣା, ୨୫ରୁ ଅଧିକ ଆହତ ସୂଚନା