ଆଜି ଦିନରେ ୨୪ବର୍ଷର ବିଜେଡି ଶାସନର ଘଟିଥିଲା ଅବସାନ, ହୋଇଥିଲା ନୂଆ ସୂର୍ଯ୍ୟୋଦୟ

Published By : Prameya-News7 Bureau | June 04, 2025 IST

ଭୁବନେଶ୍ଵର: ଆଜି ଜୁନ୍ ୪ । ଠିକ୍ ବର୍ଷକ ତଳେ ଆଜିର ଦିନରେ ରାଜ୍ୟ ରାଜନୀତିର ଦୃଶ୍ୟପଟ୍ଟରେ ହୋଇଥିଲା ବଡ଼ ପରିବର୍ତ୍ତନ । ସାମ୍ନାକୁ ଆସିଥିଲା ୨୦୨୪ ନିର୍ବାଚନ ଫଳାଫଳ । ୨୪ବର୍ଷର ବିଜେଡି ଶାସନର ଘଟିଥିଲା ଅବସାନ । ଆଉ ସରକାର ଗଢ଼ିବାକୁ ସ୍ପଷ୍ଟ ଜନମତ ପାଇଥିଲା ବିଜେପି । ଏବେ ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତା ଡୋର ସମ୍ଭାଳିଥିବା ବିଜେପି ସରକାରକୁ ବର୍ଷେ ପୂରିବାକୁ ଯାଉଥିବା ବେଳେ ଆଜିର ଦିନକୁ ନେଇ ଜୋର୍ ଧରିଛି ଚର୍ଚ୍ଚା ।

ଠିକ୍ ବର୍ଷକ ତଳେ ରାଜ୍ୟ ରାଜନୀତିର ଦୃଶ୍ୟପଟ୍ଟରେ ହୋଇଥିଲା ବଡ ପରିବର୍ତ୍ତନ । ସାମ୍ନାକୁ ଆସିଥିଲା ୨୦୨୪ ନିର୍ବାଚନ ଫଳାଫଳ ।   ୨୪ବର୍ଷର ବିଜେଡି ଶାସନର ଘଟିଥିଲା ଅବସାନ । ଆଉ ସରକାର ଗଢ଼ିବାକୁ ସ୍ପଷ୍ଟ ଜନମତ ପାଇଥିଲା ବିଜେପି  । ସେତେବେଳେ କେହି କେବେ କଳ୍ପନା କରିନଥିଲେ ଯେ ଶାସନ ଗାଦିରୁ ବିଜେଡି ଚାଲିଯିବ । ବିଜେଡି ବିରୋଧରେ ଯାଇଥିଲା ଜନମତ । ଆଉ ଅପ୍ରତ୍ୟାଶିତ ଭାବେ ନୂଆ ସୂର୍ଯ୍ୟ ଉଦୟ ହୋଇଥିଲା । ସରକାରଙ୍କୁ  ଆସିଥିଲା ବିଜେପି। ଗେରୁଆ ରଙ୍ଗରେ ସାମିଲ ହୋଇଥିଲା ବିଜେପି ।  ବିଜେପି ୭୮ ଆସନ ଜିତି ସରକାର ଗଠନ କରିଥିବା ବେଳେ ବିଜେଡି ୫୧ ଆସନ ଜିତି ବିରୋଧୀ ଆସନରେ ବସିଥିଲା । କଂଗ୍ରେସକୁ ମିଳିଥିଲା  ୧୪ଟି ଆସନ । ନୂଆ ସରକାରଙ୍କୁ ଏକ ବର୍ଷ ପୂରିବାକୁ ଯାଉଥିବା ବେଳେ ସାମ୍ନାକୁ ଆସିଛି ରାଜନୈତିକ ବୟାନବାଜି ।   ବିଜେଡି କହିଛି ଲୋକେ ଏବେ ବି ବିଜେଡିକୁ ଭରସା କରୁଛନ୍ତି । କାରଣ ବିଜେପି ସରକାର ଲୋକଙ୍କ ସାମାନ୍ୟ କାମ ବି କରିପାରୁ ନାହାନ୍ତି। 

Also read: ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ୬ ଜଣଙ୍କ ମୃତ୍ୟୁ, କାଲି ସୁଦ୍ଧା ରିପୋର୍ଟ ଦେବେ ୫ ଜଣିଆ ଟିମ୍

କଂଗ୍ରେସ କହିଛି ଗତବର୍ଷ  ଆଜିର ଦିନରେ  ରାଜ୍ୟରେ ୨୫ବର୍ଷର ସରକାରର ପରିବର୍ତ୍ତନ ହୋଇଥିଲା । ନୂଆ ସରକାର ଆସିବା ପରେ ରାଜ୍ୟରେ ରାହାଜାନୀ ବଢ଼ିଛି  । ପ୍ରଧାନମନ୍ତ୍ରୀ ଅନେକ ଥର ଓଡ଼ିଶା ଆସିଛନ୍ତି ହେଲେ ଥରୁଟିଏ କୋରାପୁଟ ଯାଇନାହାନ୍ତି। ବରଂ ପଡ଼ୋଶୀ ରାଜ୍ୟ ଆନ୍ଧ୍ରକୁ ପ୍ରୋତ୍ସାହନ ଦେଇ କୋଟିଆକୁ ଅଣଦେଖା କରିଛନ୍ତି । ବିହାର ଭଳି ରାଜ୍ୟକୁ ବିପୁଳ ଆର୍ଥିକ ଅନୁଦାନ ଦେଇଛନ୍ତି । ହେଲେ ଓଡ଼ିଶାକୁ ଉପେକ୍ଷା କରିଛନ୍ତି । ତାହା ସହ ଏ ସରକାର ଆସିବ ପରେ କହିଥିଲେ ତୁରନ୍ତ ଚିଟ୍ ଫଣ୍ଡ ଟଙ୍କା ଫେରସ୍ତ ହେବ । ହେଲେ ତାହା ହୋଇନାହିଁ । 

ବିଜେପି କହିଛି ଆଜିର ଦିନ ହେଉଛି ଐତିହାସିକ ଦିନ । ବିଜେଡି ୨୪ ବର୍ଷ ଶାସନର ଘମଣ୍ଡ ଭିତରେ ଥିଲା। ଭାବିଥିଲା ସରକାରରୁ ତାଙ୍କୁ କେହି ହଟାଇପାରିବେ ନାହିଁ ।  ବିଜେପି ରାଜ୍ୟ ସଭାପତି ବହୁ ପୂର୍ବରୁ ଘୋଷଣା କରିଥିଲେ ବିଜେପି ଏକାକୀ ଲଢ଼ିବ ଆଉ ସରକାର ଗଢ଼ିବ ।  ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି  ଯେଉଁମାନେ ପରାସ୍ତ ହେଲେ ସେମାନଙ୍କୁ ନୂଆ ସରକାରର କାମ କିଛି ଦେଖାଯାଉନି । ସେମାନଙ୍କ ଆଖି ଖୋଲିବ କିଏ ? ସୁଭଦ୍ରା ଯୋଜନାରେ ଲକ୍ଷାଧିକ ମହିଳା ଲାଭବାନ ହେଉଛନ୍ତି । ଆୟୁଷ୍ମାନ ଯୋଜନା ଲାଗୁ ହେଉଛି । ଚାଷୀଙ୍କୁ ୮ଶହ ଟଙ୍କ ସହାୟତା ମିଲିଲା । ଯିଏ ଧ୍ରୁତରାଷ୍ଟ୍ର   ହେବ ତାକୁ ଚକ୍ଷୁ ଦାନ କେହି କରିପାରିବେ ନାହିଁ । 

ଗତବର୍ଷ ଜୁନ ୪ରେ ନିର୍ବାଚନ ଫଳାଫଳ ବାହାରିବା ପରେ ଜୁନ ୧୨ରେ ଶପଥ ଗ୍ରହଣ କରିଥିଲା ନୂଆ ବିଜେପି ସରକାର । ଆଉ ଏବେ ବିଜେପି ସରକାରର ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରସ୍ତୁତ ହୋଇଛି ରୋଡ୍ ମ୍ୟାପ୍ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.