ଭୁବନେଶ୍ବର: ତୁଳସୀ ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ବାବୁଙ୍କ ନାଁରେ ଅଭିଯୋଗ। ଅଭିଯୋଗ କଲେ ଯାତ୍ରା ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ। ବକେୟା ଟଙ୍କା ମାଗିବାରୁ ମାଡ଼ ମାରିଥିବା ଅଭିଯୋଗ। ବାଲିଆପାଳ ଯାତ୍ରା କ୍ୟାମ୍ପରେ ମାଡ଼ ମାରିବା ସହ ଗାଡ଼ି ପୋଡ଼ିଦେଇଥିବା ଅଭିଯୋଗ। ଏନେଇ ଭୁବନେଶ୍ବର ମହିଳା ଥାନାରେ ଏତଲା ଦେଲେ ଅଭିନେତ୍ରୀ। ତେବେ ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା ମଧ୍ୟ ନାଣ୍ଡୁ ବାବୁଙ୍କ ଉପରେ ଅଭିଯୋଗ ଆଣିଥିଲେ।
ସୂଚନାଥାଉକି, ଆଗାମୀ ଯାତ୍ରା ଋତୁ ୨୦୨୫- ୨୬ ପାଇଁ ତୁଳସୀ ଗଣନାଟ୍ୟକୁ ଯିବା ପାଇଁ ୧୬ ଲକ୍ଷ ଟଙ୍କାରେ ଏଗ୍ରିମେଣ୍ଟ କରିଥିଲେ। ସେ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ଆଉ ଅବଶିଷ୍ଟ ଟଙ୍କା ପାଇଁ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ଫୋନ କରିବାରୁ ସେ ଫୋନରେ ତାଙ୍କୁ ଆଉ ତାଙ୍କ ପତ୍ନୀଙ୍କୁ ଖରାପ ବ୍ୟବହାର କରିଥିବା ନରି ପଣ୍ଡା ଅଭିଯୋଗ କରିଥିଲେ। ଖାଲି ସେତିକି ନୁହେଁ ନରି ପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟର ମାଲିକ ମାଡ଼ ମଧ୍ୟ ଅଭିଯୋଗ କରିଥିଲେ ନରି। ଅନ୍ୟ ପକ୍ଷରେ ନରି ପଣ୍ଡା କରିଥିବା ଅଭିଯୋଗ ବିରୁଦ୍ଧରେ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ। ଏହି ବିବାଦ ଏପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ।