ସବୁ ଯାତ୍ରୀ ଫେରସ୍ତ ପାଇବେ ଟଙ୍କା, ଯାନ୍ତ୍ରିକ ତ୍ରୁଟି ଯୋଗୁ ରୁଷରେ ଜରୁରୀ ଅବତରଣ କରିଥିଲା ଏୟାର ଇଣ୍ଡିଆ ବିମାନ

Published By : Prameya-News7 Bureau | June 08, 2023 IST

ନୂଆଦିଲ୍ଲୀ, ୦୮/୦୬: ମଙ୍ଗଳବାର ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରୁଷରେ ଜରୁରୀ ଅବତରଣ କରିଥିଲା ଏୟାର ଇଣ୍ଡିଆର ଦିଲ୍ଲୀ-ଫ୍ରାନ୍ସିସ୍କୋ ବିମାନ। ଏହି ବିମାନରେ ରହିଥିଲେ ୨୦୦ରୁ ଅଧିକ ଯାତ୍ରୀ। ତେବେ ଜରୁରୀ ଅବତରଣ ପରେ ହିଁ ବିମାନରେ ଥିବା ଶତାଧିକ ଯାତ୍ରୀଙ୍କ ପାଇଁ ଆରମ୍ଭ ହୋଇଯାଇଥିଲା ଅସୁବିଧା। ସେମାନଙ୍କୁ ଠିକ୍‌ଭାବରେ ଖାଇବାକୁ ମିଳିନଥିଲା। ଏମିତିକି ଗୋଟିଏ ରୁମ୍‌ରେ ୨୦ରୁ ଅଧିକ ଲୋକଙ୍କୁ ଶୋଇବାକୁ ପଡ଼ୁଥିଲା। ଅବଶ୍ୟ ବୁଧବାର ଅନ୍ୟ ଏକ ଉଦ୍ଧାରକାରୀ ବିମାନ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି।

ଏହାରି ମଧ୍ୟରେ ଏୟାର ଇଣ୍ଡିଆ ତରଫରୁ ଏକ ବଡ଼ ଘୋଷଣା ସାମ୍ନାକୁ ଆସିଛି। ଘୋଷଣା ଅନୁଯାୟୀ, କମ୍ପାନି ଦିଲ୍ଲୀ-ସାନ୍‌ଫ୍ରାନ୍ସିସ୍କୋ ବିମାନର ପ୍ରଭାବିତ ସବୁ ଯାତ୍ରୀଙ୍କ ଟଙ୍କା ଫେରସ୍ତ କରିବ। ଏନେଇ ଏୟାର ଇଣ୍ଡିଆର ମୁଖ୍ୟ ଗ୍ରାହକ ସେବା ଏବଂ ଗ୍ରାଉଣ୍ଡ ହୋଲ୍ଡିଂ ଅଧିକାରୀ ରାଜେଶ ଡୋଗରା ଗୁରୁବାର ସୂଚନା ଦେଇଛନ୍ତି। ଏହା ସହ ଆଗାମୀ ଯାତ୍ରା ପାଇଁ ଯାତ୍ରୀଙ୍କୁ ଏକ ଭାଉଚର ଦିଆଯିବା ନେଇ ମଧ୍ୟ କହିଛନ୍ତି ରାଜେଶ ।

ଆହୁରି ପଢ଼ନ୍ତୁ: ଗୋଟିଏ ରୁମରେ ୨୦ ଜଣ, ମିଳୁନି ଖାଇବା; ଅସୁବିଧାରେ ରୁଷରେ ଜରୁରୀ ଅବତରଣ କରିଥିବା ଏୟାର ଇଣ୍ଡିଆର ଯାତ୍ରୀ

ସୂଚନାଥାଉକି, ଦିଲ୍ଲୀ ଆଇଜିଆଇ ଏୟାରପୋର୍ଟରୁ ମଙ୍ଗଳବାର ସକାଳ ୪.୨୦ରେ ଉଡ଼ାଣ ଭରିଥିଲା ଏୟାର ଇଣ୍ଡିଆର ବିମାନ ଏଆଇ୧୭୩ । ଏହି ବିମାନରେ ସମୁଦାୟ ୨୧୬ ଏବଂ ୧୬ ବିମାନ କର୍ମଚାରୀ ଥିଲେ। ବିମାନର ସାନ୍‌ ଫ୍ରାନସିସକୋ ପହଞ୍ଚିବା ସମୟ ୭ଟା (ସ୍ଥାନୀୟ) ଥିଲା। କିନ୍ତୁ ଇଞ୍ଜିନ୍‌ରେ ତ୍ରୁଟି ଯୋଗୁଁ ମଗଦାନର ସୋକୋଲ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା। ଯାହାପରେ ଯାତ୍ରୀଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା।

ତେବେ ବୁଧବାର ଆଉ ଏକ ବିମାନ ଯାତ୍ରୀଙ୍କ ପାଇଁ ଆବଶ୍ୟକୀୟ ସାମଗ୍ରୀ ନେଇ ରୁଷ ମଗଦାନ ପାଇଁ ପହଞ୍ଚିଥିଲା। ଏହି ବିମାନରେ ଯାତ୍ରୀଙ୍କ ପାଇଁ ଖାଦ୍ୟ ପାନୀୟ ବ୍ୟତୀତ ଏୟାର ଇଣ୍ଡିଆର କର୍ମଚାରୀଙ୍କ ଏକ ଟିମ୍‌ ମଧ୍ୟ ଉପସ୍ଥିତ ଥିଲା। ଠାରୁ ପୁଣି ଥରେ ବିମାନ ସବୁ ଯାତ୍ରୀଙ୍କୁ ନେଇ ସାନ୍‌ ଫ୍ରାନସିସକୋ ପହଞ୍ଚିଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ-ସାନ ଫ୍ରାନସିସ୍କୋ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି, ଋଷିଆରେ ହେଲା ଜରୁରୀ ଅବତରଣ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.