ଉଦଳା ୧୭।୮: ରୋଗୀ ଆଣିବାକୁ ଯାଇଥିଲେ, ହେଲେ ଅଧା ରାସ୍ତାରେ ଆମ୍ବୁଲାନ୍ସ ରଖି ଶୋଇପଡିଲେ କର୍ମଚାରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା କୁଣ୍ଡାବାଇ ଅଞ୍ଚଳରେ ।
ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ହାଟପଦା ଅଞ୍ଚଳକୁ ରୋଗୀ ନେବା ନିମନ୍ତେ ଆସିଥିଲା ୧୦୮ ଆମ୍ବୁଲାନ୍ସ । ହେଲେ ଅଧା ରାସ୍ତାରେ ଗାଡି ରଖି ଗାଡି ଭିତରେ ଶୋଇପଡିଲେ କର୍ମଚାରୀ । ନା ପହଞ୍ଚିଲେ ରୋଗୀ ପାଖରେ ନା ରୋଗୀଙ୍କୁ ଆଣିଲେ । ରାସ୍ତା ପାର୍ଶ୍ଵରେ ଗାଡି ଛିଡା କରି ଗାଡି କାଚ ଉଠାଇ ଭିତରେ କର୍ମଚାରୀ ଶୋଇପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତେବେ ଆମ୍ବୁଲାନ୍ସ କେଉଁ ଅଞ୍ଚଳକୁ ଏବଂ କେଉଁ ରୋଗୀଙ୍କୁ ଆଣିବାକୁ ଯାଉଥିଲେ ତାହା ଜଣାପଡି ନଥିବା ବେଳେ ଆମ୍ବୁଲାନ୍ସଟି ବାଲେଶ୍ୱର ଜିଲ୍ଲା ବରହମପୁର ଅଞ୍ଚଳର ବୋଲି ଜଣାଯାଇଛି ।
You Can Read:
ରୋଗୀ ଛାଡ଼ି ଫେରୁଥିବା ବେଳେ ଗଛରେ ପିଟିହେଲା ଆମ୍ବୁଲାନ୍ସ, କଟରରେ କାଟି ଚାଳକଙ୍କୁ ଉଦ୍ଧାର କଲେ