ଭୁବନେଶ୍ବର ୨୬।୪: ଅସହ୍ୟ ତାତିରୁ ନିସ୍ତାର ନାହିଁ । ଆଜି ବି ବର୍ଷିଛି ନିଆଁ । ପୁଣି ତାପମାତ୍ରା ୪୪ ଡିଗ୍ରୀ ଟପିଛି । ୪୪.୬ ଡିଗ୍ରୀ ସହ ଅନୁଗୋଳ ସବୁଠୁ ଉତ୍ତପ୍ତ ସହର ହୋଇଛି । ୩୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି । ବୌଦ୍ଧ ୪୪.୫, ନୂଆପଡ଼ା ଓ ବଲାଙ୍ଗିର ୪୪, ବାରିପଦା ୪୩.୮, ଟିଟିଲାଗଡ଼, ଯାଜପୁର, ସମ୍ବଲପୁର, ହୀରାକୁଦ ୪୩.୬, ଝାରସୁଗୁଡ଼ା ଓ ତାଳଚେର ୪୩.୫, ଢେଙ୍କାନାଳ ୪୩.୧, କଟକ ୪୦.୮ ଏବଂ ଭୁବନେଶ୍ବର ୪୦.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।
ଶୁକ୍ରବାର ରେକର୍ଡ ତାପମାତ୍ରା ଅନୁଯାୟୀ,
ଅନୁଗୋଳ- ୪୪.୬
ବୌଦ୍ଧ- ୪୪.୫
ନୂଆପଡା- ୪୪.୦
ବଲାଙ୍ଗୀର- ୪୪.୦
ବାରିପଦା- ୪୩.୮
ଟିଟିଲାଗଡ- ୪୩.୬
ଯାଜପୁର- ୪୩.୬
ସମ୍ବଲପୁର- ୪୩.୬
ହୀରାକୁଦ- ୪୩.୬
ଝାରସୁଗୁଡା- ୪୩.୫
ତାଳଚେର- ୪୩.୫
ଢେଙ୍କାନାଳ- ୪୩.୧
କଟକ- ୪୦.୮
ଭୁବନେଶ୍ବର- ୪୦.୫
You Can Read :