ଜଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗାବୁଡି ଘଟଣା : ୮୪ଘଣ୍ଟା ପରେ ଅନ୍ୟ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | February 05, 2025 IST

ଲମତାପୁଟ ୫: କୋରାପୁଟ ଜିଲ୍ଲା ଜଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗାବୁଡି ଘଟଣାର ୮୪ଘଣ୍ଟା ପରେ ନାବାଳକ ଶିବା ହନ୍ତାଳଙ୍କ ମୃତଦେହ ଉଦ୍ଧାର ହୋଇଛି l କୋରାପୁଟ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀର ମିଳିତ ଅପରେସନରେ ୭୦ଘଣ୍ଟା ପରେ ମଙ୍ଗଳବାର ନାବାଳକ ଅମିତ ହନ୍ତାଳଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । 

ଶନିବାର ସନ୍ଧ୍ୟା ସମୟରେ ଜଲାପୁଟ ଗ୍ରାମର ତିନି ଜଣ ନାବାଳକ ମୋବାଇଲରେ ରିଲ୍ କରିବା ପାଇଁ ଜଳଭଣ୍ଡାର କୂଳରେ ଥିବା ଦେଶୀ ଡ଼ଙ୍ଗା ନେଇ ମଝି ନଦୀକୁ ଚାଲିଯାଇଥିଲେ l ସେଠାରେ କୌଣସି କାରଣ ବଶତଃ ଡ଼ଙ୍ଗାଟି ବୁଡି ଯାଇଥିଲା l ଜଣେ ନାବାଳକ ପହଁରି ପହଁରି ଆସିଯାଇଥିଲେ କିନ୍ତୁ ଅନ୍ୟ ଦୁଇ ନାବାଳକ ନିଖୋଜ ହୋଇଯାଇଥିଲେ l 

୪ ଦିନ ଜଲାପୁଟ ଗ୍ରାମବାସୀ ଏବଂ ପରିବାରବର୍ଗ ଜଳଭଣ୍ଡାର କୂଳରେ ଅପେକ୍ଷା କରି ରହିଥିଲେ l ଉଭୟଙ୍କ ମୃତଦେହ ଉଦ୍ଧାର ହେବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି l କାନ୍ଦ ବୋବାଳିରେ ସାରା ଅଞ୍ଚଳ ଫାଟି ପଡୁଛି l

You Can Read:

ଭିଜିଲାନ୍ସ ପଞ୍ଝାରେ ଜଳସମ୍ପଦ ଅଧିକାରୀ, ଚଢାଉ ବେଳେ ମିଳିଲା ଏକ କୋଟି ଟଙ୍କା!

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.