ଜୟପୁର: ୫ ବର୍ଷର ସରକାର ପରମ୍ପରା ବଜାଇ ରଖିଛନ୍ତି ରାଜସ୍ଥାନବାସୀ। ଏଥର ପରାସ୍ତ ଦ୍ୱାରଦେଶରେ ଛିଡ଼ା ହୋଇଛି ଶାସକ କଂଗ୍ରେସ। ବିଜୟୀ ହେବାକୁ ଯାଉଛି ବିଜେପି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ଅଶୋକ ଗେହଲଟ ରବିବାର ତାଙ୍କ ଇସ୍ତଫା ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ନିର୍ବାଚନରେ ଫଳାଫଳ ନେଇ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ।
ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ଗେହଲଟ ଲେଖିଛନ୍ତି ଯେ ରାଜସ୍ଥାନବାସୀଙ୍କ ଜନାଦେଶକୁ ବିନମ୍ରତାର ସହ ସ୍ୱୀକାର କରୁଛୁ। ତେବେ ଏହା ସମସ୍ତଙ୍କ ପାଇଁ ଅପ୍ରତ୍ୟାଶିତ ପରିଣାମ। ଗେହଲୋଟ ଏକ୍ସରେ ପୋଷ୍ଟ କରି ଲଖିଛନ୍ତି “ରାଜସ୍ଥାନର ଜନତାଙ୍କ ଦ୍ୱାରା ଦିଆଯାଇଥିବା ଜନାଦଶକୁ ଆମେ ବନିର୍ମତାପୂର୍ବକ ସ୍ୱୀକାର କରୁଛୁ। ଏହା ସମସ୍ତଙ୍କ ପାଇଁ ଅପ୍ରତ୍ୟାଶିତ ପରିଣାମ। ଏହି ପରାଜୟ ଦର୍ଶାଉଛି ଯେ ଆମେ ଆମ ଯୋଜନା, ଆଇନ ଓ ନୂଆବିଚାରଧାରାକୁ ଜନତାଙ୍କ ପାଖରେ ପହଞ୍ଚାଇବାକୁ ସମ୍ପୂର୍ଣ୍ଣ ସଫଳ ହୋଇପାରିଲୁ ନାହିଁ।”
wp:html/wp:htmlराजस्थान की जनता द्वारा दिए गए जनादेश को हम विनम्रतापूर्वक स्वीकार करते हैं। यह सभी के लिए एक अप्रत्याशित परिणाम है। यह हार दिखाती है कि हम अपनी योजनाओं, कानूनों और नवाचारों को जनता तक पहुंचाने में पूरी तरह कामयाब नहीं रहे।
— Ashok Gehlot (@ashokgehlot51) December 3, 2023
मैं नई सरकार को शुभकामनाएं देता हूं। मेरी उनको सलाह है…
ପଢ଼ନ୍ତୁ-ବିଜେପିର ସଫଳତା ଠାରୁ କଂଗ୍ରେସ ଅଧିକ ବିଫଳ ହୋଇଛି: ନିର୍ବାଚନ ଫଳାଫଳ ନେଇ କହିଲା ଟିଏମ୍ସି
ଏଥିସହିତ ସରକାର ଗଠନ କରିବାକୁ ଯାଉଥିବା ବିଜେପିକୁ ମଧ୍ୟ ଉପଦେଶ ଦେଇଛନ୍ତି କମଲନାଥ। ସେ କହିଛନ୍ତି “ମୁଁ ନୂଆ ସରକାରଙ୍କୁ ଶୁଭେଚ୍ଛା ଜଣାଉଛି। ସେମାନଙ୍କୁ ମୋର ପରାମର୍ଶ ହେଉଛି କଠିନ ପରିଶ୍ରମ ସତ୍ତ୍ୱେ ଆମେ ସଫଳ ହୋଇ ନାହୁଁ, ଏହାର ଅର୍ଥ ନୁହେଁ ଯେ ସେମାନେ ସରକାର ଆସିବା ପରେ କାମ କରିବେ ନାହିଁ। ଓପିଏସ୍, ଚିରଞ୍ଜୀବୀ ସମେତ ସମସ୍ତ ଯୋଜନା ଏବଂ ଏହି ପାଞ୍ଚ ବର୍ଷ ମଧ୍ୟରେ ଆମେ ରାଜସ୍ଥାନକୁ ଯେଉଁ ବିକାଶର ଗତି ଦେଉଛି ସେମାନେ ଏହାକୁ ଆଗକୁ ନିଅନ୍ତୁ। ଏହି ନିର୍ବାଚନରେ କଠିନ ପରିଶ୍ରମ କରିଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି ଏବଂ ଆମ ଉପରେ ବିଶ୍ୱାସ କରୁଥିବା ସମସ୍ତ ଭୋଟରଙ୍କୁ ମୁଁ କୃତଜ୍ଞତା ଜଣାଉଛି।”
{"width":840,"height":473}ରାଜସ୍ଥାନରେ ଫେଲ୍ ପରେ କ'ଣ କହିଲେ ରାଜ୍ୟ କଂଗ୍ରେସ ମୁଖ୍ୟ ?
ରାଜସ୍ଥାନରେ କଂଗ୍ରେସ ପରାଜୟ ସ୍ୱୀକାର କରି ସାରିଛି। ଖାଲି ନିର୍ବାଚନ କମିଶନ ବିଜେପିର ବିଜୟ ଘୋଷଣା କରିବା ବାକି ରଖିଛନ୍ତି। ରାଜ୍ୟରେ ଦଳ ଖରାପ ପ୍ରଦର୍ଶନକୁ ନେଇ ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସାରା କହିଛନ୍ତି ଯେ ଆମେ ଜନାଦେଶକୁ ସମ୍ମାନ ଦେଉଛୁ। ଲୋକଙ୍କ ପାଇଁ କାମ କରିବା ଜାରି ରଖିବୁ। ଡୋଟାସାରା କହିଛନ୍ତି "ମୁଁ ସମସ୍ତ ନିର୍ବାଚିତ ବିଧାୟକମାନଙ୍କୁ ସୂଚନା ଦେଉଛି। ମଙ୍ଗଳବାର ଦିନ ଆମେ ଜୟପୁରରେ ବିଧାୟକଙ୍କ ବୈଠକ ଡକାଇବୁ। ତେବେ ଆମେ ଜନାଦେଶକୁ ସମ୍ମାନ ଜଣାଉଛି। ତଥାପି ଆମେ ଲୋକଙ୍କ ପାଇଁ କାମ କରିବା ଜାରି ରଖିବୁ।"
wp:list