ବ୍ରହ୍ମପୁରରେ ଅଟୋ ଡ୍ରାଇଭରଙ୍କୁ ହତ୍ୟା,୧୮ ବର୍ଷ ପରେ ଶେଷ ଅଭିଯୁକ୍ତକୁ ଆଜୀବନ ସଜା, ପୂର୍ବରୁ ଦଣ୍ଡ ପାଇସାରିଛନ୍ତି ୫

Published By : Prameya-News7 Bureau | April 24, 2025 IST

ବ୍ରହ୍ମପୁର ୨୪/୪: ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଅଟୋ ଚାଳକ ଗଣେଶ ସାହୁଙ୍କୁ ହତ୍ୟା ମାମଲା । ଘଟଣାର ୧୮ ବର୍ଷ ପରେ ଦଣ୍ଡ ପାଇଛି ଶେଷ ତଥା ଅନ୍ୟତମ ଅଭିଯୁକ୍ତ । ଅଭିଯୁକ୍ତ ମଉଜ ଓରଫ ସତୀଶ ମିଶ୍ରଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ୍‌ । ୧୬ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ମଉଜ ଓରଫ ସତୀଶ ମିଶ୍ରଙ୍କୁ ଆଜୀବନ ସଜା ଶୁଣାଇଛନ୍ତି କୋର୍ଟ । ୧୮ ବର୍ଷ ପରେ ଘଟଣାର ଶେଷ ଅଭିଯୁକ୍ତଙ୍କ ପାଇଁ ରାୟ ପ୍ରକାଶ ପାଇଥିବା କହିଛନ୍ତି ବ୍ରହ୍ମପୁରର ସ୍ବତନ୍ତ୍ର ପି.ପି. ବା ପବ୍ଲିକ ପ୍ରୋସିକ୍ୟୁଟର ତ୍ରିଲୋଚନ ପରିଡା । 

ପୂର୍ବରୁ ଏହି ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ହୋଇସାରିଛି । ୨୦୧୧ରେ ସୀମାଞ୍ଚଳ ବେହେରା,ହରି ବେହେରା,କାଳିଆ ବେହେରା ,ପୂର୍ଣ୍ଣ ବେହେରା ଓ ୨୦୨୩ରେ ଶଙ୍କର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍‌ ଦଣ୍ଡ ଶୁଣାଇଥିଲେ ଜିଲ୍ଲା ଦୌରା ଜଜ୍‌ । ୨୦୦୬ ଅକ୍ଟୋବର ୬ତାରିଖରେ ବ୍ରହ୍ମପୁର ଷ୍ଟେସନ ନିକଟରେ ଅଟୋ ଚାଳକ ଗଣେଶ ସାହୁଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ ୬ ଅଭିଯୁକ୍ତ । 


 

  • ganjam
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.