ପୁରୀ ୧୬।୦୨ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ। ବେହେରଣ ଦ୍ୱାର ନିକଟରେ ରକ୍ତ ଛିଟା ପଡ଼ିଥିବାର ଦୃଷ୍ଟି ଆକର୍ଷଣ ହେବାରୁ ଠାକୁରଙ୍କର ବଡ଼ ମହାସ୍ନାନ ହୋଇଛି। ଯାହାଫଳରେ ଦର୍ଶନରେ କିଛି ସମୟ ପାଇଁ ବ୍ୟାଘାତ ସୃଷ୍ଟି ହୋଇଛି ।
ଖବର ଅନୁଯାୟୀ, ଶ୍ରୀମନ୍ଦିରରେ ଅବକାଶ ପୂଜା ପରେ ମଇଲମ, ରୋଷହମ ହୋଇ ମହାପ୍ରଭୁଙ୍କ ବେଶ ହେବା ସମୟରେ ସେବାୟତ ଦେଖିବାକୁ ପାଇଥିଲେ ରକ୍ତ ଛିଟା। କେଉଁ କାରଣ ଯୋଗୁଁ ରକ୍ତ ଛିଟା ପଡ଼ିଛି ତାହା ଏବେ ଯାଏଁ ଜଣାପଡିନାହିଁ। ତେବେ ସେବାୟତଙ୍କ ଦୃଷ୍ଟି ଆକର୍ଷଣ ହେବାରୁ ଦର୍ଶନ ବନ୍ଦ କରାଯାଇ ଠାକୁରଙ୍କର ବଡ଼ ମହାସ୍ନାନ କରାଯାଇଛି। ମହାସ୍ନାନ ପରେ ଚୂନ ପାଣି ପଡି ଗୋପାଳବଲ୍ଲଭ ନୀତି ଅନୁଷ୍ଠିତ ହେବ। ଯେଉଁଥି ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ କିଛି ସମୟ ପାଇଁ ବନ୍ଦ ରହିଛି ।