ବୁଧବାରଠୁ ଲୋକଙ୍କ ପାଖକୁ ଯିବ ବିଜେଡି, ସରକାରଙ୍କ ବିଫଳତା ଜଣାଇବ; ଏମିତି ଜବାବ ଦେଲା ବିଜେପି

Published By : Prameya-News7 Bureau | October 01, 2024 IST

ଭୁବନେଶ୍ଵର:  କାଲିଠୁ ଲୋକଙ୍କ ପାଖକୁ ଯିବ ବିଜେଡି। ସରକାରଙ୍କ ବିଫଳତା ଜଣାଇବ । କାଲି ଭୁବନେଶ୍ବର ବଡଗଡ ବ୍ରିଟ କଲୋନୀ ନେତାଜୀ ପଡିଆରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆରମ୍ଭ କରିବେ ପଦଯାତ୍ରା ।  ବିଜେଡିର ଏହି ପଦଯାତ୍ରାକୁ ବିଜେପି ଓ କଂଗ୍ରେସ ସମାଲୋଚନା କରିଛନ୍ତି । ବିଜେପି ପଦଯାତ୍ରାକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ କଂଗ୍ରେସ  କହିଛି ଆଉ ପଦଯାତ୍ରା କଲେ ବି ବିଜେଡି ଲୋକଙ୍କ ପାଖରେ ପହଞ୍ଚିପାରବି ନାହିଁ। 

ଭୁବନେଶ୍ବରର ବଡଗଡ ବ୍ରିଟ କଲୋନୀ ନେତାଜୀ ପଡିଆରୁ ଆରମ୍ଭ ବିଜେଡି ପଦଯାତ୍ରାକୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଆରମ୍ଭ କରିବେ। ତା ପୂର୍ବରୁ ଆଜି ଦଳର ବରିଷ୍ଠ  ନେତାମାନେ ନେତାଜୀ ପଡିଆ ଯାଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜେଡି ପଦଯାତ୍ରା କରିବ। ପଦଯାତ୍ରା ମାଧ୍ୟମରେ ବିଜେଡି ସରକାର ଥିବା ସମୟରେ କରିଥିବା ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ବର୍ତ୍ତମାନ ସରକାରର ବିଫଳତାକୁ ଜଣାଇବ। ବିଶେଷ କରି ଦରଦାମ ବୃଦ୍ଧି, ଆଇନଶୃଙ୍ଖଳା ସ୍ଥିତି ଏବଂ ମହିଳା ନିର୍ଯ୍ୟାତନା ପ୍ରସଙ୍ଗ ସହ ସ୍ଥାନୀୟ ପ୍ରସଙ୍ଗକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବିଜେଡି।  

Also read: ସାମ୍ନାକୁ ଆସିଲା ବିଜେଡି କର୍ପୋରେଟରଙ୍କ କଳି, ଏକାଠି ପୁରୀ ଗଲେ ୨୫ରୁ ୩୦ ନେତା !   

ଏପଟେ ବିଜୁ ଜନତା ଦଳର ପଦଯାତ୍ରାକୁ ନେଇ ପ୍ରଶ୍ନ କରିଛି ବିଜେପି। ବିଜେପି କହିଛି ଯେ ବିଜେଡି ଯେତେବେଳେ ଲୋକଙ୍କ ପାଖକୁ ଯିବ ଲୋକଙ୍କୁ କହିବ କଣ?  ଦୀର୍ଘ ବର୍ଷ ଧରି ବିଜେଡି ଉପରେ ଲୋକେ ଭରସା କରିଥିଲେ। ହେଲେ କୁଶାସନ ବଢ଼ିବାରୁ ଓଡ଼ିଶାବାସୀ ସେମାନଙ୍କୁ ପ୍ରତ୍ୟଖ୍ୟାନ କଲେ। ପ୍ରତ୍ୟାଖ୍ୟାତ ରାଜନୈତିକ ଦଳ ଲୋକଙ୍କ ପାଖକୁ ଯାଇ ୨୪ ବର୍ଷ ଶାସର ହିସାବ ଦେବ ନା ବିଜେପି ସରକାର ଶହେ ଦିନର ହିସାବ ମାଗିବ? ୨୪ ବର୍ଷରେ କରିଥିବା ପାପ ପାଇଁ ବଜେଡି କ୍ଷମା ପ୍ରାର୍ଥନା କରୁ ବୋଲି ବିଜେପି କହିଛି। କଂଗ୍ରେସ କହିଛି ବିଜେଡି ଯେତେ ପଦଯାତ୍ରା କଲେ ଆଉ ଲୋକଙ୍କ ପାଖରେ ପହଞ୍ଚିପାରିବ ନାହିଁ। 

ଦଶହରା ଥିବାରୁ  ବିଜେଡି ଦୁଇଟି ପର୍ଯ୍ୟାୟରେ  ତାର ପଦଯାତ୍ରା କରିବ। ପ୍ରଥମ ପର୍ଯ୍ୟାୟ କାଲି ଠାରୁ ଆରମ୍ଭ  ହୋଇ  ଆରମ୍ଭ ହୋଇ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ବିତୀୟ ପର୍ଯାୟ ଅକ୍ଟୋବର୨୧ ରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯନ୍ତ ଚାଲିବ । 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.