ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପ୍ରସ୍ତୁତିରେ ଲାଗି ରହିଥିବା ବିଜେପି ଏବେ ସଂଗଠନ ସୁଦୃଢ କରିବାକୁ ଲାଗିଛି । ଏହି ଶଙ୍ଖୃଳାରେ ମଙ୍ଗଳବାର ବିଜେପି ଅନେକ ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ବଦଳାଇଛି । ଚଳିତ ବର୍ଷ ନିର୍ବାଚନ ହେବାକୁ ଥିବା ତେଲେଙ୍ଗାନାରେ ଦଳ କେନ୍ଦ୍ର ମନ୍ତ୍ରୀ ଜି.କିଷନ ରେଡ୍ଡୀଙ୍କୁ ପ୍ରଦେଶ ଅଧ୍ୟକ୍ଷ କରାଇଛି । କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ସୁନୀଲ ଜାଖଡଙ୍କୁ ପଞ୍ଜାବ ୟୁନିଟ୍ ମୁଖ୍ୟ କରିଛି । ଏହାଛଡା ଆନ୍ଧ୍ର ପ୍ରଦେଶ ପାଇଁ ଡି.ପୁରନ୍ଦେଶ୍ୱରୀଙ୍କୁ ଦଳ ଅଧ୍ୟକ୍ଷ କରିଛି ।
{"id":812512,"sizeSlug":"large","linkDestination":"none"}ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡିଙ୍କୁ ଅଧ୍ୟକ୍ଷ କରାଯାଇଛି । ବିଜେପି ଯେଉଁ ୪ ନେତାଙ୍କୁ ପ୍ରଦେଶ ଅଧ୍ୟକ୍ଷ କରିଛି, ସେଥିରୁ ଜି.କିଷନ ରେଡ୍ଡୀ କେନ୍ଦ୍ରରେ ପର୍ଯ୍ୟଟନ ମନ୍ତ୍ରୀ ଅଛନ୍ତି । ଏହାପରେ ଚର୍ଚ୍ଚା ଜୋର ହୋଇଛି ଯେ ମୋଦୀ କ୍ୟାବିନେଟରେ ଖୁବଶୀଘ୍ର ଅଦଳବଦଳ ହେବ । ସାଧାରଣତଃ ବିଜେପିରେ ଜଣେ ବ୍ୟକ୍ତି ଗୋଟିଏ ପଦ ନୀତିରେ କାମ କରିଥାଏ । ଏପରି ସ୍ଥିତିରେ ଜି.କିଷନ ରେଡ୍ଡୀଙ୍କୁ ମନ୍ତ୍ରୀଙ୍କୁ ପଦରୁ ହଟାଯାଇପାରେ, ଯାହାପରେ ସେ ତେଲେଙ୍ଗାନାକୁ ପୂରା ସମୟ ଦେଇପାରିବେ । ବିଜେପି ଯେଉଁମାନଙ୍କୁ ଅଧ୍ୟକ୍ଷ କରିଛି, ସେଥିରେ ଦୁଇ ସୁନୀଲ ଜାଖଡ ଏବଂ ପୁରନ୍ଦେଶ୍ୱରୀ ଦୀର୍ଘ ବର୍ଷ ଧରି କଂଗ୍ରେସରେ ରହିଥିଲେ ।
ପଢନ୍ତୁ: ୪ ଘଣ୍ଟା ଧରି ଚାଲିଲା ମନ୍ତ୍ରିପରିଷଦ ବୈଠକ, ଜାଣନ୍ତୁ ନିଜ ମନ୍ତ୍ରୀଙ୍କୁ କଣ କହିଲେ ପ୍ରଧାନମନ୍ତ୍ରୀ
ଆନ୍ଧ୍ର ପ୍ରଦେଶ ଅଧ୍ୟକ୍ଷ ଡି.ପୁରନ୍ଦେଶ୍ୱରୀ ୨୦୧୪ ମାର୍ଚ୍ଚରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଏହାଛଡ଼ା ସୁନୀଲ ଜାଖଡ ଅନେକ ଦଶନ୍ଧିର ସମ୍ପର୍କ ଭାଙ୍ଗି ଗତ ବର୍ଷ କଂଗ୍ରେସରୁ ବିଜେପିକୁ ଆସିଥିଲେ । ଏହାଛଡ଼ା ଝାଡଖଣ୍ଡରେ ପାର୍ଟିରେ ବିଦ୍ରୋହୀ ଥିବା ବାବୁଲାଲ ମାରାଣ୍ଡିଙ୍କୁ ଦଳର ନେତୃତ୍ୱ ଦେଇଛି । ବର୍ତ୍ତମାନ ସମୟରେ ବାବୁଲାଲ ମାରାଣ୍ଡି ବିରୋଧୀ ଦଳ ନେତା ଅଛନ୍ତି ଏବଂ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍ କରୁଛନ୍ତି ।
ବାବୁଲାଲ ମାରାଣ୍ଡି ୪ଥର ଲୋକସଭା ନିର୍ବାଚନ ଜିତିଥିଲେ । ରାଜ୍ୟର ଜଣେ ସଚ୍ଚୋଟ ଏବଂ ଟାଣୁଆ ନେତାଙ୍କ ମଧ୍ୟରେ ଜଣେ । ଛାତ୍ର ଜୀବନରୁ ଆରଏସଏସ ସହ ଜଡିତ ବାବୁଲାଲ ମାରାଣ୍ଡିଙ୍କ ଅନେକ ପ୍ରସଙ୍ଗରେ ବିଜେପି ସହ ମତଭେଦ ଥିଲା, ଯେଉଁଥି ପାଆଇଁ ସେ ନୂଆ ପାର୍ଟି ମଧ୍ୟ ଗଠନ କରିଥିଲେ । ବାବୁଲାଲ ମାରାଣ୍ଡି ୨୦୦୬ରେ ବିଜେପିରୁ ଅଲଗା ହୋଇଥିଲେ, କିନ୍ତୁ ୨୦୧୯ରେ ପୁଣି ଥରେ ନିଜ ପାର୍ଟିକୁ ବିଲୟ କରି ଘର ବାହୁଡା କରିଥିଲେ ।